ବେଙ୍ଗାଲୁରୁରେ ଗତକାଲି ଏକ କମ୍ପାନୀର ସିଇଓ ଏବଂ ଏମଡିଙ୍କ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ବାନ୍ଧିଛି । ସେମାନେ ହେଲେ ସାବାରିଶ, ବିନୟ ରେଡ୍ଡି ଏବଂ ସନ୍ତୋଷ ।
ଅଭିଯୁକ୍ତମାନେ ଗତକାଲି ଖଣ୍ଡା ଏବଂ ଛୁରୀ ଧରି ଉକ୍ତ ଘରୋଇ କମ୍ପାନୀରେ ପଶିଥିଲେ। ଏହାପରେ ସେମାନେ କମ୍ପାନୀର ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ବିନୁ କୁମାର ଏବଂ ଏମଡି(ପରିଚାଳନା ନିର୍ଦ୍ଦେଶକ) ଫନିନ୍ଦ୍ର ଶୁବ୍ରମନ୍ୟମଙ୍କୁ ବାରମ୍ବାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା।
Also Read
ପୁଲିସ ସୂଚନାନୁସାରେ, ଅଭିଯୁକ୍ତମାନେ ପୂର୍ବରୁ ଏହି କମ୍ପାନୀରେ କାର୍ଯ୍ୟ କରୁଥିଲେ । ପରେ ସେମାନେ କମ୍ପାନୀରୁ ଇସ୍ତଫା ଦେଇ ସମାନ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାକୁ ନେଇ ଦୁଇ କମ୍ପାନୀ ମଧ୍ୟରେ ସର୍ବଦା ପ୍ରତିଦ୍ୱନ୍ଦ୍ୱିତା ଲାଗି ରହୁଥିଲା । ଏହି କାରଣରୁ ସେମାନେ ବିନୁ କୁମାର ଏବଂ ଫଣିନ୍ଦ୍ରଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
Crime
ହଂସିତା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିତା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।