Advertisment

'ଗଡଫାଦର-୨' ପରି ଭୟାନକ ଦୃଶ୍ୟ; ସକାଳେ ଉଠିବା ବେଳକୁ ବିଛଣାରେ ପଡ଼ିଛି ସାଙ୍ଗର ମୃତଦେହ

ହଲିଉଡ଼ ସିନେମା 'ଗଡଫାଦର-୨'ର ଏକ ଦୃଶ୍ୟ ପରି ଜଣେ ମହିଳା ଯେଉଁ ସାଙ୍ଗଙ୍କ ସହ କଥା ହୋଇ ରାତିରେ ଶୋଇଥିଲେ, ସକାଳେ ଉଠି ପାଖରେ ତାଙ୍କ ମୃତ ଶରୀର ଦେଖିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Navyashree & her husband

Navyashree & her husband

ବେଳେ ବେଳେ ସିନେମାରେ କଳ୍ପିତ କାହାଣୀ ଜୀବନରେ ବାସ୍ତବ ରୂପ ନେଇଯାଏ, ଯାହା ଭୟଙ୍କର ଆଉ ଆଶ୍ଚର୍ଯକର ହୋଇଥାଏ। ଏପରି ଏକ ସମାନ ଘଟଣା ଘଟିଛି ବେଙ୍ଗାଲୁରରେ। ହଲିଉଡ଼ ସିନେମା 'ଗଡଫାଦର-୨'ର ଏକ ଦୃଶ୍ୟ ପରି ଜଣେ ମହିଳା ଯେଉଁ ସାଙ୍ଗଙ୍କ ସହ କଥା ହୋଇ ରାତିରେ ଶୋଇଥିଲେ, ସକାଳେ ଉଠି ପାଖରେ ତାଙ୍କ ମୃତ ଶରୀର ଦେଖିବାକୁ ପାଇଥିଲେ। ଏହି ସମୟ କେତେ ଭୟଙ୍କର ହୋଇପାରେ, ଅଙ୍ଗେ ନିଭାଇଥିବା ଲୋକ ହିଁ କହିପାରିବ।

Advertisment

ପୁଲିସର କହିବା ଅନୁସାରେ, ମୃତ ମହିଳା ନବ୍ୟାଶ୍ରୀ ଜଣେ କୋରିଓଗ୍ରାଫର। ସ୍ୱାମୀଙ୍କ ସହ ପାରିବାରିକ ବିବାଦ ଲାଗି ରହିଥିବାରୁ ସାଙ୍ଗ ଐଶ୍ୱର୍ଯ୍ୟାଙ୍କୁ ଡକାଇଥିଲେ। ଐଶ୍ୱର୍ଯ୍ୟା ବେଙ୍ଗାଲୁରର ଆରଆର ନଗରରେ ଏକ ରିଏଲ ଇଷ୍ଟେଟ କମ୍ପାନୀରେ କାମ କରନ୍ତି। ଉଭୟ ସନ୍ଧ୍ୟାରେ ପରସ୍ପର ମଧ୍ୟରେ ଆଲୋଚନା କରିବା ପରେ ରାତିରେ ଶୋଇଥିଲେ।

ଐଶ୍ୱର୍ଯ୍ୟା ପୁଲିସକୁ କହିଛନ୍ତି ଯେ, ସେ ସକାଳେ ଉଠିବା ବେଳକୁ ତାଙ୍କୁ ଭିନ୍ନ ପ୍ରକାରର ଅନୁଭବ ହୋଇଥିଲା। ଶୋଇଥିବା ବିଛଣା ଓଦା ଓଦା ଲାଗିଥିଲା। ଆଖି ଖୋଲିବା ବେଳକୁ ବିଛଣା ରକ୍ତ ଜୁଡୁବୁଡୁ ହୋଇଯିବା ସହ ପାଖରେ ନବ୍ୟାଶ୍ରୀଙ୍କ ତଣ୍ଟି କଟା ଯାଇଥିବା ମୃତ ଶରୀର ପଡ଼ିଥିଲା। ଏସବୁ ଦେଖି ସେ ଭୟଭୀତ ହୋଇ ଯାଇଥିବା କହିଛନ୍ତି। 

Advertisment

ସୂଚନା ମୁତାବକ, ନବ୍ୟାଶ୍ରୀଙ୍କ ଘର ଶିବାମୋଗା ଜିଲ୍ଲା ଭଦ୍ରାବତୀରେ। ଐଶ୍ୱର୍ଯ୍ୟା ତାଙ୍କର ପିଲାଦିନର ସାଙ୍ଗ। ସେ ପାରିବାରିକ ସମସ୍ୟାକୁ ନେଇ ମାନସିକ ଦୁଃଶ୍ଚିନ୍ତାରେ ରହୁଥିବାରୁ ଐଶ୍ୱର୍ଯ୍ୟାଙ୍କୁ ଡକାଇଥିଲେ। ସେମାନଙ୍କର ଅନ୍ୟ ଜଣେ ସାଙ୍ଗ ସୁନୀଲ ମଧ୍ୟ ସନ୍ଧ୍ୟାରେ ଦେଖା ହୋଇଥିଲେ। ତିନି ଜଣ ଆଲୋଚନା କରିଥିଲେ। ସୁନୀଲ ତାଙ୍କୁ ପୁଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ।

ଏହାପରେ ନବ୍ୟାଶ୍ରୀଙ୍କ ଭାରାକ୍ରାନ୍ତ ମନକୁ ଆଶ୍ୱସନା ଦେବା ପାଇଁ ଐଶ୍ୱର୍ଯ୍ୟା ସନ୍ଧ୍ୟାରେ ତାଙ୍କ ଘରକୁ ଯାଇଥିଲେ ଏବଂ ଉଭୟ ରାତ୍ର ଭୋଜନ ପରେ ଗୋଟିଏ ରୁମରେ ଶୋଇଥିଲେ। ଅନ୍ୟପଟେ ନବ୍ୟାଶ୍ରୀଙ୍କ ସ୍ୱାମୀ କିରଣ ଆଉ ଏକ ରୁମରେ ଶୋଇଥିଲେ। କିନ୍ତୁ ସକାଳେ ଆଶ୍ଚର୍ଯ୍ୟକର ଭାବେ ନବ୍ୟାଶ୍ରୀଙ୍କ ମୃତଦେହ ମିଳିଛି।

ପୁଲିସ ପ୍ରାଥମିକ ତଦନ୍ତ ପରେ କିରଣଙ୍କ ଉପରେ ସନ୍ଦେହ କରୁଛି। କିରଣ ପେଶାରେ ଜଣେ କ୍ୟାବ୍ ଡ୍ରାଇଭର୍। ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ତଦନ୍ତ କରୁଛି। 

Murder Crime Bengaluru Murder Case Godfather-II