Advertisment

ଟ୍ରେଡିଂ ସ୍କାମରେ ଦମ୍ପତି ହରାଇଥିଲେ ୧.୫୩ କୋଟି, ୫୦ ଆକାଉଣ୍ଟରୁ ପୁଲିସ୍ ପାଇଲା ୧.୪ କୋଟି

ଟ୍ରେଡିଂ ସ୍କାମରେ ଫସି ଦମ୍ପତି ୧.୫୩ କୋଟି ଟଙ୍କା ହରାଇଥିଲେ। କିନ୍ତୁ ପୁଲିସ ଏହି ୧.୫୩ କୋଟି ମଧ୍ୟରୁ ୧.୪ କୋଟି ଟଙ୍କର ଫେରାଇ ଆଣିବାକୁ ସକ୍ଷମ ହୋଇଛି।

author-image
Hemant Lenka
Cyber Fraud

Cyber

ଟେକ୍ନୋଲୋଜି କ୍ଷେତ୍ର ସହ ଜଡ଼ିତ ଦମ୍ପତି ମଧ୍ୟ ସାଇବର ଠକାମୀର ଶିକାର ହୋଇଛନ୍ତି। କିନ୍ତୁ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଓ ଦମ୍ପତିଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ସେମାନେ ଠକେଇର ଅଧିକାଂଶ ଟଙ୍କା ଟଙ୍କା ପାଇବାକୁ ସକ୍ଷମ ହୋଇଛନ୍ତି।

Advertisment

ଟ୍ରେଡିଂ ସ୍କାମରେ ଫସି ଦମ୍ପତି ୧.୫୩ କୋଟି ଟଙ୍କା ହରାଇଥିଲେ। କିନ୍ତୁ ପୁଲିସ ଏହି ୧.୫୩ କୋଟି ମଧ୍ୟରୁ ୧.୪ କୋଟି ଟଙ୍କର ଫେରାଇ ଆଣିବାକୁ ସକ୍ଷମ ହୋଇଛି। ଏଥିପାଇଁ ଦମ୍ପତି ବେଙ୍ଗାଲୁରୁ ପୁଲିସ୍‌କୁ ଧନ୍ୟବାଦ ଜଣାଇଛନ୍ତି। ବେଙ୍ଗାଲୁରୁ ପୁଲିସ୍‌ର ପୂର୍ବ ଡିଭିଜନ ସାଇବର କ୍ରାଇମ ୫୦ ଆକାଉଣ୍ଟରୁ ଏପରି ଟଙ୍କା ଠାବ କରିପାରିଛି।

ଦି ହିନ୍ଦୁରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ଦମ୍ପତି ବଂସୱାଡିରେ ରୁହନ୍ତି। ସେମାନଙ୍କୁ ସାଇବର ଠକ ପ୍ରଲୋଭିତ କରାଇ ନିଜ ଜାଲରେ ଫସାଇଥିଲେ। ପୁଞ୍ଜି ନିବେଶରେ ଅଧିକ ଟଙ୍କା ମିଳିବା କଥା କହି ସେମାନେ ଦମ୍ପତିଙ୍କ ଯୋଗାଯୋଗ କରିଥିଲେ। ଠକମାନେ ଲଣ୍ଡନରୁ ଅପରେଟ କରୁଥିବା ବେଳେ ଟଙ୍କା ଚୋରି କରିବା ପାଇଁ ସେମାନେ ଉତ୍ତର ଭାରତରେ ରହୁଥିବା କିଛି ଲୋକଙ୍କ ଆକାଉଣ୍ଟକୁ ଭଡ଼ାରେ ନେଉଥିଲେ।

Advertisment

ନିବେଶ କରୁଥିବା ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେମାନେ ନକଲି ୱେବସାଇଟର ବ୍ୟବହାର କରୁଥିଲେ। ଏଥିରେ ଜଣେ ନିବେଶକାରୀ ଟଙ୍କା ବିନିଯୋଗ କରି କେତେ ଟଙ୍କା ଲାଭ ପାଉଛନ୍ତି, ତା’ର ନକଲି ତଥ୍ୟକୁ ପ୍ରଦର୍ଶିତ କରାଯାଉଥିଲା।

ଏହାକୁ ଦେଇ ଦମ୍ପତି ପ୍ରଲୋଭିତ ହୋଇଥିଲେ। ପ୍ରାଥମିକ ଭାବେ ସେମାନଙ୍କ ନିବେଶର ଅଭିବୃଦ୍ଧି ଦେଖି ସେଥିରୁ କିଛି ଅଂଶ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସମ୍ଭବ ହୋଇ ପାରି ନଥିଲା। ଠକମାନେ ଦେଇଥିବା ୱେବସାଇଟରୁ ଉଠାଣ ବିକଳ୍ପକୁ ହଟାଇ ଦିଆଯାଇଥିଲା। ପ୍ଲାଟଫର୍ମ ପକ୍ଷରୁ ଦମ୍ପତିଙ୍କୁ ବ୍ଲକ ମଧ୍ୟ କରି ଦିଆଯାଇଥିଲା।

ଏପରି ଘଟଣା ପରେ ଦମ୍ପତି ତୁରନ୍ତ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ବେଙ୍ଗାଲୁରୁ ପୁଲିସ୍‌ର ପୂର୍ବ ଡିଭିଜନ ସାଇବର କ୍ରାଇମ ୟୁନିଟ ବ୍ୟାଙ୍କ ସହ ଯୋଗାଯୋଗ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ଟଙ୍କା ନେଣଦେଣ ହୋଇଥିବା ୫୦ଟି ଆକାଉଣ୍ଟକୁ ବ୍ଲକ କରିଥିଲା। ଏହାପରେ ସେହି ୫୦ଟି ଆକାଉଣ୍ଟରୁ ମୋଟ ୧.୪୦ କୋଟି ଟଙ୍କା ଜବତ କରିବାକୁ ସକ୍ଷମ ହୋଇଥିଲା।

Cyber Fraud Bengaluru Cyber Crime