Advertisment

ମହାଲକ୍ଷ୍ମୀ ହତ୍ୟା ଘଟଣା; କାଳ ରାତି କଥା ବଖାଣିଲେ ଅଭିଯୁକ୍ତର ଭାଇ

ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଭିଯୁକ୍ତର ଭାଇ।

ଅଦ୍ୟତନ ହୋଇଛି
 Mahalakshmi

Mahalakshmi

Advertisment

ବେଙ୍ଗାଲୁରୁର ଭୟାଲିକାବାଲରେ ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ତା’ କୁ ହିଁ ନିର୍ମମ ଭାବେ ହତ୍ୟା କରି ଛୁରୀରେ ଖଣ୍ଡ ଖଣ୍ଡ କରିଦେଲେ ଅଭିଯୁକ୍ତ ମୁକ୍ତି ରଞ୍ଜନ। ମାତ୍ର ଏହା ପଛରେ କ’ଣ ରହିଛି କାରଣ, କ’ଣ ପାଇଁ ସେ ଏପରି ହିଂସ୍ର ହୋଇ ଉଠିଲେ ଓ ନିଜ ପ୍ରେମିକାଙ୍କ ଜୀବନ ନେବାକୁ ପଛାଇଲେ ନାହିଁ ସବୁ କିଛି ବଖାଣିଛନ୍ତି ମୁକ୍ତି ରଞ୍ଜନ। ନିଜେ ଝୁଲି ପଡ଼ିବା ପୂର୍ବରୁ ସେ କାଳ ରାତିର ପ୍ରତିଟି ଘଟଣାକୁ ସେ ନିଜ ଭାଇ ସମ୍ମୁଖରେ ବଖାଣିଥିଲେ। ମୁକ୍ତି ରଞ୍ଜନଙ୍କୁ ଖୋଜିଖୋଜି ପୁଲିସ୍‌ ତାଙ୍କ ମୃତଦେହ ପାଇଥିବା ବେଳେ ଏବେ ଭାଇର କଥାଗୁଡ଼ାକ ଗୋଟି ଗୋଟି କରି କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ତାଙ୍କ ସାନ ଭାଇ ।

Advertisment

ମୁକ୍ତି ରଞ୍ଜନଙ୍କ ଭାଇ କହିଛନ୍ତି, ମହାଲକ୍ଷ୍ମୀଙ୍କ ସହ ଭାଇର ପ୍ରେମ ସମ୍ପର୍କ ଥିଲ। ହେଲେ ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ପରେ ଭାଇ ସେହି ଝିଅକୁ ନେଇ କେରଳ ଯିବାକୁ ବାହାରିଥିଲା। ହେଲେ ଗାଡ଼ିରେ ଯିବା ବେଳେ ସେହି ଝିଅ ଭାଇ ନାଁରେ ପୁଲିସ ନିକଟରେ ଅପହରଣ କରି ନେଉଯାଉଥିବା ଅଭିଯୋଗ କରିଥିଲା। ପୁଲିସ ଭାଇକୁ ମାଡ଼ ମାରିବା ସହ ଜୋରିମାନ କରିଥିଲା। ପରେ ଭାଇକୁ ବୁଝାସୁଝା କରି ପୁଲିସ ଛାଡ଼ି ଦେଇଥିଲା। ଭାଇ ଓ ସେହି ଝିଅ ପୁଣି ବେଙ୍ଗଲୁରୁ ଫେରିଥିଲେ।

ବେଙ୍ଗଲୁରୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଅଧିକ ବଢ଼ିବାରେ ଲାଗିଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ହେଉଥିଲା। ଏପରି ଗୋଟିଏ ଦିନ ସେହି ଝିଅ ଓ ଭାଇ ମଧ୍ୟରେ ଜୋରରେ ଝଗଡ଼ା ହୋଇଥିଲା। ସେହି ଝିଅ ଘରେ ଥିବା ଏକ ଛୁରୀ ଆଣି ଭାଇକୁ ମାରିବାକୁ ଧମକ ଦେଇଥିଲା। ଏହି ଛୁରୀରେ ମୁଁ ତୋତେ ହତ୍ୟା କରି ପ୍ରେସର କୁକରରେ ସିଝାଇ ବାଥରୁମରେ ପକାଇ ଦେବି ବୋଲି କହିଥିଲା।

Advertisment

ପରେ ଭାଇ ରାଗରେ ସେହି ଝିଅର ତଣ୍ଟିକୁ ଜୋରରେ ଧରି ନେଇଥିଲା। ପରେ ଦେଖିଲା ବେଳକୁ ସେହି ଝିଅର ମୃତ୍ୟୁ ଘଟିଥିଲା। ପରେ ଭାଇ ସେହି ଝିଅକୁ ବେଡସିଡ୍‌ରେ ଗୋଡ଼ାଇ ଫ୍ୟାନରେ ଟାଙ୍ଗି ଦେବାକୁ ଚେଷ୍ଟା କରିଥିଲା, ହେଲେ ସୁବିଧା ହୋଇନଥିଲା। ପରେ  ଭାଇ ସେହି ଝିଅକୁ ଛୁରୀରେ କାଟି ଫ୍ରିଜରେ  ପୂରାଇ ଦେଇଥିଲା। ପରେ ସେଠାରୁ ମୋ ପାଖକୁ ବ୍ରହ୍ମପୁର ପଳାଇ ଆସିଥିଲା। ଭାଇ ମୋ ପାଖରେ ଆସି  ୧୦ରୁ ୧୨ ଦିନ ରହିଥିଲା। ଭାଇ କିଛି ଦିନ ରହିବା ପରେ ମୋତେ ଘଟଣା ସଂପର୍କରେ ସବୁ କହିଥିଲା। 

ସେହି ଝିଅ ୭ରୁ ୮ ଲକ୍ଷ ଟଙ୍କା ସହ ସୁନା ଗହଣା ନେଇଯାଇଥିବା ଭାଇ ମୋତେ କହିଛି। ସେହି ଝିଅ ମୋ ଭାଇକୁ ସବୁବେଳେ ବ୍ଲାକମେଲିଂ କରୁଥିଲା। ଏଥିସହ ତା’ ପାଇ  ପରିବାର ସହ ଭାଇର ସଂପର୍କ ଖରାପ ହୋଇଥିବା ଭାଇ ମୋତେ କହିଥିଲା। କିଛି ଦିନ ମୋ ପାଖରେ  ରହିବା ପରେ ଭାଇକୁ ପୁଲିସ ଖୋଜୁ ଥିବା ସେ ଜାଣିପାରିଥିଲା। ପରେ ଭାଇ ଘରକୁ ପଳାଇ ଆସିଥିଲା ବୋଲି ଅଭିଯୁକ୍ତ ଭାଇ କହିଛନ୍ତି।

ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଭୟାଲିକାବାଲଠାରେ ୨୯ ବର୍ଷୀୟ ଯୁବତୀ ମହାଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିଲା। ମହାଲକ୍ଷ୍ମୀଙ୍କୁ ଅଭିଯୁକ୍ତ ମୁକ୍ତ ରଞ୍ଜନ  ହତ୍ୟା କରି ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜରେ ପୂରାଇ ଦେଇ ଓଡ଼ିଶା ଚମ୍ପଟ ମାରିଥିଲା।  ଘଟଣାକୁ ନେଇ କର୍ଣ୍ଣାଟକା ସମେତ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ଏହାପରେ କର୍ଣ୍ଣାଟକା ପୁଲିସ୍‌ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ମୁକ୍ତି ରଞ୍ଜନକୁ ଚିହ୍ନଟ କରିଥିଲା। ସେ ଓଡ଼ିଶାରେ ଥିବା ଜଣାପଡ଼ିବା ପରେ ବେଙ୍ଗାଲୁରୁ ପୁଲିସ ଆସି ଭଦ୍ରକରେ ତନାଘନା ଆରମ୍ଭ କରିଥିଲା। ଗତକାଲି  ଭଦ୍ରକର କୁଳେଇ ପଦା ଗାଁ ନିକଟରେ ଥିବା ଶ୍ମଶାନ ନିକଟରେ ଥିବା  ଗଛରୁ ମୁକ୍ତି ରଞ୍ଜନର ଝୁଲନ୍ତା ମୃତଦାହ ମିଳିଥିଲା। 

Murder Bengaluru Bhadrak Bengaluru Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe