Advertisment

ଫ୍ରିଜରୁ ମହିଳାଙ୍କ କଟା ଶରୀର ମିଳିବା ଘଟଣା, ସନ୍ଦିଗ୍ଧକୁ ଚିହ୍ନଟ କଲା ପୁଲିସ

ସେପ୍ଟେମ୍ବର ୨୧ରେ ବେଙ୍ଗାଲୁରର ଏକ ଫ୍ଲାଟରେ ଥିବା ଫ୍ରିଜରୁ ୩୦ ଖଣ୍ଡ କଟା ଶରୀର ମିଳିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Died Woman

Died Woman

ଫ୍ରିଜରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୁଲିସ। ଏନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। 

Advertisment

ସେପ୍ଟେମ୍ବର ୨୧ରେ ବେଙ୍ଗାଲୁରର ଏକ ଫ୍ଲାଟରେ ଥିବା ରେଫ୍ରିଜେରେଟରରୁ ୩୦ ଖଣ୍ଡ କଟା ଶରୀର ମିଳିଥିଲା। ପରବର୍ତ୍ତୀ ସମୟରେ ଏହା ଜଣେ ୨୯ ବର୍ଷୀୟ ମହିଳା ମହାଲକ୍ଷ୍ମୀଙ୍କର ବୋଲି ଜଣାପଡିଥିଲା।

ତେବେ କିଏ ତାଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଚାଲି ଥିବାବେଳେ କର୍ଣ୍ଣାଟକ ପୁଲିସ ପଶ୍ଚିମବଙ୍ଗର ଜଣେ ସନ୍ଦିଗ୍ଧ ଅଶରଫକୁ ଚିହ୍ନଟ କରିଛି। ଖୁବ୍ ଶୀଘ୍ର ତାଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଥିବା କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି। 

Advertisment

ସୂଚନା ଅନୁସାରେ, ମୃତ ମହିଳା ଜଣକ ବିବାହିତ। କିନ୍ତୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ସେ ବେଙ୍ଗାଲୁରୁର ଏକ ମଲରେ କାମ କରୁଥିଲେ। ଘଟଣା ବାବଦରେ ଜାଣିବା ପରେ ତାଙ୍କ ସ୍ୱାମୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ତେବେ ତାଙ୍କୁ କିଏ ଏବଂ କାହିଁକି ମାରିଲା, ସେନେଇ ତଦନ୍ତ ଚଳାଇଛି ପୁଲିସ। ତଦନ୍ତ ପରେ ରହସ୍ୟ ଉପରୁ ପରଦା ହଟିବ। 

Bengaluru Crime News Bengaluru Woman Killed Bengaluru Fridge Murder