Advertisment

ପିଙ୍କ୍ WhatsAppକୁ ସାବଧାନ, କ୍ଷଣିକରେ ଆପଣଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇଯିବେ ସାଇବର ହ୍ୟାକର

ପିଙ୍କ୍ ହ୍ୱାଟ୍‌ସଆପ୍‌ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନୁହେଁ। ହ୍ୟାକରମାନେ ଏହି ଆପ୍‌କୁ ଏକ ଲିଙ୍କ୍ ବା URL ମାଧ୍ୟମରେ ଭାଇରାଲ କରିଥା’ନ୍ତି।

ଅଦ୍ୟତନ ହୋଇଛି
Pink Whatsapp

Pink Whatsapp

Advertisment

ପିଙ୍କ୍ WhatsApp ହେଉଛି ସାଇବର ଲୁଟେରାଙ୍କ ଏକ ନୂଆ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ୱାଟ୍‌ସଆପ୍ ଅପ୍‌ଡେଟ୍‌ କରିବାକୁ କୌଣସି ଲିଙ୍କ୍ ଆସୁଛି, ତା’ହେଲେ ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କାରଣ ସେଥିରେ କ୍ଲିକ୍‌ କରିବା ମାତ୍ରେ ଆପଣଙ୍କ ଫୋନ୍‌ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ମୁମ୍ବାଇ ପୁଲିସର ନର୍ଥ ରିଜନ ପକ୍ଷରୁ ମଧ୍ୟ ଏନେଇ ସତର୍କତା ଜାରି କରାଯାଇଥିଲା।

Advertisment

ତେବେ ଆସନ୍ତୁ ଜାଣିବା ପିଙ୍କ ହ୍ୱାଟ୍‌ସଆପ୍‌ କ’ଣ? ପିଙ୍କ୍ ହ୍ୱାଟ୍‌ସଆପ୍‌ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନୁହେଁ। ହ୍ୟାକରମାନେ ଏହି ଆପ୍‌କୁ ଏକ ଲିଙ୍କ୍ ବା URL ମାଧ୍ୟମରେ ଭାଇରାଲ କରିଥା’ନ୍ତି। ଏହା ଅବିକଳ ହ୍ୱାଟ୍‌ସଆପ୍‌ ଭଳି ଦେଖାଯାଇଥାଏ। ହେଲେ ଏହା ପିଙ୍କ୍ କଲରରେ ହୋଇଥିବାରୁ ଏହାକୁ ହ୍ୟାକର ‘ପିଙ୍କ୍’ ନାଁ ଦେଇଛନ୍ତି। ଏହାକୁ ଡାଉନ୍‌ଲୋଡ୍‌ କରିବା ପାଇଁ ପ୍ରବର୍ତ୍ତାଇଥା’ନ୍ତି ହ୍ୟାକର। ଯଦି କେହି ଏହାକୁ ନିଜ ମୋବାଇଲରେ ଡାଉନ୍‌ଲୋଡ୍‌ କରନ୍ତି, ତା’ହେଲେ ତାଙ୍କ ମୋବାଇଲ ଫୋନ୍ ପୂରା ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯାଏ। ମୋବାଇଲର ଇନ୍‌ବକ୍ସ ମେସେଜ ପଢ଼ିବାଠାରୁ ଆରମ୍ଭ କରି କଣ୍ଟାକ୍ଟ ନମ୍ବର ସବୁ କିଛି ପାଇଥାଏ ହ୍ୟାକର। ତେଣୁ ଏଭଳି ଲିଙ୍କକୁ କ୍ଲିକ୍ ନକରିବା ଲାଗି ସାଇବର ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି।

Advertisment

Pink WhatsApp Cyber Fraud Odisha Police Whatsapp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe