Advertisment

ଚାକିରି ଖୋଜୁଥିଲେ ସାବଧାନ! ବୁଲୁଛନ୍ତି ମାଳମାଳ ଠକ

ସବୁଠୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ଯେ ଏପରି ଠକେଇ ଗ୍ୟାଙ୍ଗ ପଛରେ ସରକାରୀ କର୍ମଚାରୀଙ୍କ ଲିଙ୍କ୍ ରହିଥିବା ଅଭିଯୋଗ ହୋଇଛି।

STF

STF

Advertisment

ଓଡ଼ିଶାରେ ଏବେ ଘୁରି ବୁଲୁଛନ୍ତି ମାଳ ମାଳ ଠକ। ମିଛି ମିଛିକା ସରକାରୀ ପଦ ପଦବୀର ଅଧିକାରୀ କହି ଚାକିରୀ ଆଶାୟୀଙ୍କୁ ଠକୁ ଛନ୍ତି। ରୋଜଗାର ପାଇବା ଆଶାରେ ଠକମାନଙ୍କ ଜାଲରେ ପଡ଼ି ରାଜ୍ୟର ଅନେକ ଯୁବକଯୁବତୀ ସର୍ବସ୍ୱ ହରାଉଛନ୍ତି।

Advertisment

ସବୁଠୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ଯେ ଏପରି ଠକେଇ ଗ୍ୟାଙ୍ଗ ପଛରେ ସରକାରୀ କର୍ମଚାରୀଙ୍କ ଲିଙ୍କ୍ ରହିଥିବା ଅଭିଯୋଗ ହୋଇଛି। କ୍ରାଇମବ୍ରାଞ୍ଚ STF ଚାକିରି ନାଁରେ ହୋଇଥିବା ମହାଠକେଇ ଗ୍ୟାଙ୍ଗର ଖୁଲାସା କରିବା ସହ ୨ ଜଣଙ୍କୁ ବାନ୍ଧିବା ପରେ ପରେ ସାମ୍ନାକୁ ଆସିଛି ସାଂଘାତିକ ସତ।

ବର୍ତ୍ତମାନ ସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ଅନେକ ଶର୍ଟକଟ୍ ଉପାୟ ଆପଣାଇବାକୁ ପଛାଉ ନାହାନ୍ତି। ଏହାର ଫାଇଦା ଉଠାଉଛନ୍ତି କିଛି ଠକ। ସେମାନେ ଚାକିରି ଆଶାୟୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା। ଏମିତି ଚାକିରି ନାଁରେ ଚୁନା ଲଗାଉଥିବା ମହାଠକଙ୍କ ଚିତ୍ର ଆଉ ଚରିତ୍ର ଏବେ ସାମ୍ନାକୁ ଆସିଛି।

Advertisment

ଏସଟିଏଫ ହାତରେ ଧରାପଡ଼ିଥିବା କିଶୋର ମିଶ୍ର ଓ କାହ୍ନୁଚରଣ ପ୍ରଧାନ ସମ୍ପର୍କରେ ଯାଞ୍ଚ କରିବା ପରେ ଭୟଙ୍କର ସତ ସାମ୍ନାକୁ ଆସିଛି। ସେମାନଙ୍କ ଲୁକ୍ସ ପୂରା ସାଦାସିଧା। ହେଲେ ଏହି ଚେହେରା ପଛର କେଳେଙ୍କାରୀ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କିଶୋର ଓ କାହ୍ନୁ ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେମାନଙ୍କୁ ଏସଟିଏଫ ଗିରଫ କରିଛି।

ଗିରଫ କିଶୋରଙ୍କ ଘର ହେଉଛି ବ୍ରହ୍ମପୁରରେ। ସେହିପରି କାହ୍ନୁଚରଣ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳର। ଏମାନେ ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ପଞ୍ଚାୟତରେ ବାହାରୁଥିବା ସରକାରୀ ଚାକିରିର ବିଜ୍ଞାପନକୁ ଟ୍ରାକ୍ କରିବା ସହ ଆବେଦନକାରୀଙ୍କ ପାଖରେ ପହଞ୍ଚିଯାଉଥିଲେ।

ନିଜ ଫୋନ ନମ୍ବରକୁ ଟ୍ରୁ କଲରରେ ପ୍ରଥମେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଦର୍ଶାଇ ସେଭ୍ କରୁଥିଲେ। ଏହାପରେ ସେହି ନମ୍ବରରେ କଲ୍ କରି ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ବିଭିନ୍ନ ସମୟରେ ଏମାନେ ନକଲି ନିଯୁକ୍ତି ବିଜ୍ଞାପନ ବି ପ୍ରକାଶ କରୁଥିଲେ। କିଏ ଯଦି ପାଲରେ ପଡ଼ି ଟଙ୍କା ଦେଉଥିଲା, ତାକୁ ନକଲି ନିଯୁକ୍ତିପତ୍ର ଧରାଇ ଏହି ଦୁଇ ଠକ ମାଲାମାଲ୍ ହୋଇଯାଉଥିଲେ।

ଏହାବାଦ କିଶୋର ଓ କାହ୍ନୁ କେବେ କେବେ ନିଜକୁ ଆରଟିଆଇ କର୍ମୀର ପରିଚୟ ଦେଇ ବହୁ ଲୋକଙ୍କୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଛି। କୋରାପୁଟ ଟାଉନଥାନାରେ ଗୋଟିଏ ଅଭିଯୋଗ ଆଧାରରେ ତଦନ୍ତ କରି ଉଭୟଙ୍କୁ ଗିରଫ ପରେ କୋରାପୁଟ ଜେଲକୁ ପଠାଇଛି କ୍ରାଇମବ୍ରାଞ୍ଚ STF। କାହ୍ନୁ ଚରଣଙ୍କ ଠାରୁ ୪ କୋଟି ଟଙ୍କାର ବ୍ୟାଙ୍କ ଜମାର ତଥ୍ୟ ବି ମିଳିଛି।

Odisha STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe