Advertisment

ଭଦ୍ରକ: ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଆରଡ଼ି ଫାଣ୍ଡି କର୍ମଚାରୀଙ୍କୁ ଆକ୍ରମଣ

ଭଦ୍ରକ:  ଭଦ୍ରକ ଆଖଣ୍ଡଳମଣି ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତିଙ୍କର ସୋମବାର ଭଦ୍ରକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।  ମୃତ କଏଦୀଙ୍କ ନାଁ  ଦେବଦତ୍ତ ବାରିକ। ଏହି ଘଟଣାକୁ ନେଇ ଆରଡ଼ି ଫାଣ୍ଡି ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଫାଣ୍ଡି ଘେରାଉ କରିବା ସହିତ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦେବଦତ୍ତ ଆଜି ସକାଳେ ଅସୁସ୍ଥ ଅନୁଭବ କରୁଥିବା ନେଇ ଜେଲର ସୁନାରାମ ସିଂଙ୍କୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭଦ୍ରକ: ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଆରଡ଼ି ଫାଣ୍ଡି କର୍ମଚାରୀଙ୍କୁ ଆକ୍ରମଣ

hazatmrutyu

ଭଦ୍ରକ:  ଭଦ୍ରକ ଆଖଣ୍ଡଳମଣି ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତିଙ୍କର ସୋମବାର ଭଦ୍ରକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।  ମୃତ କଏଦୀଙ୍କ ନାଁ  ଦେବଦତ୍ତ ବାରିକ। ଏହି ଘଟଣାକୁ ନେଇ ଆରଡ଼ି ଫାଣ୍ଡି ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଫାଣ୍ଡି ଘେରାଉ କରିବା ସହିତ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ଦେବଦତ୍ତ ଆଜି ସକାଳେ ଅସୁସ୍ଥ ଅନୁଭବ କରୁଥିବା ନେଇ ଜେଲର ସୁନାରାମ ସିଂଙ୍କୁ ଅବଗତ କରାଇଥିଲେ। ଜେଲର ତାଙ୍କୁ ସକାଳ ପ୍ରାୟ ୯ଟା୪୫ ମିନିଟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଜେଲର ସୁନାରାମ ସିଂ କହିଛନ୍ତି, “୨୩ ତାରିଖ ଦିନ ଆଖଣ୍ଡଳମଣି ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରିବା ଅଭିଯୋଗରେ ଦେବଦତ୍ତ ଗିରଫ ହୋଇଥିଲେ।  ଜେଲରେ ରହିଥିବା ସମୟରେ ତାଙ୍କ ବ୍ୟବହାର ଅତ୍ୟନ୍ତ ସରଳ ଥିଲା। ଆଜି ସକାଳେ ତାଙ୍କ ଦେହ ଭଲ ଲାଗୁ ନ ଥିବା ସେ କହିଥିଲେ। ପ୍ରଥମେ ଜେଲ୍ ପରିସରରେ ଥିବା ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆମେ ଭଦ୍ରକ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲୁ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।”

Advertisment

ସୂଚନାଯୋଗ୍ୟ, ଏହି ଚୋରି ଘଟଣାରେ ଦେବଦତ୍ତଙ୍କ ସମେତ ମୋଟ ୩ ଜଣଙ୍କୁ ଧୁଷୁରୀ ପୋଲିସ୍ ଗିରଫ କରିଥିଲା।