Advertisment

ବ୍ରାଉନ୍‌ସୁଗର ଟଙ୍କାରେ ଅୟସ୍‌ କରୁଥିଲେ ଦୁଇ ଭାଇ!

ସହରାଞ୍ଚଳ ଥାନା ଅଧୀନ ଚରମ୍ପା ବରାଳ ପୋଖରୀ ଗାଁର କାହ୍ନୁ ଚରଣ ନାୟକ ଓ କାଳନ୍ଦୀ ନାୟକ। ଉଭୟ ପେସାରେ ବ୍ରାଉନ୍‌ସୁଗର ବେପାରୀ। ଏମାନେ ନିୟମିତ ବ୍ରାଉନ୍‌ସୁଗର ଆଣି ଭଦ୍ରକ ଟାଉନ୍‌ ଓ ଆଖପାଖ ଅଞ୍ଚଳକୁ ଚାଲାଣ କରନ୍ତି।

author-image
Manoranjan Sial
Crime

Crime

ବ୍ରାଉନ୍‌ସୁଗର ଟଙ୍କାରେ ଅୟସ୍‌ କରୁଥିଲେ ଦୁଇ ଭାଇ! ଲଗଜୁରିୟସ୍‌ ଗାଡ଼ି ଚଢ଼ୁଥିଲେ ଓ ନାମୀଦାମୀ ଡ୍ରେସ୍‌ ପିନ୍ଧୁଥିଲେ। ବଡ଼ବଡ଼ ହୋଟେଲରେ ଟଙ୍କା ଉଡାଉଥିଲେ। ଏମିତିକା ଦୁଇ ଭାଇଙ୍କୁ ବାନ୍ଧିଛି ଭଦ୍ରକ ଟାଉନ୍‌ ଥାନା ପୁଲିସ୍‌। ଏଥିସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି।

Advertisment

ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ବରାଳ ପୋଖରୀ ଗାଁର କାହ୍ନୁ ଚରଣ ନାୟକ ଓ କାଳନ୍ଦୀ ନାୟକ। ଉଭୟ ପେସାରେ ବ୍ରାଉନ୍‌ସୁଗର ବେପାରୀ। ଏମାନେ ନିୟମିତ ବ୍ରାଉନ୍‌ସୁଗର ଆଣି ଭଦ୍ରକ ଟାଉନ୍‌ ଓ ଆଖପାଖ ଅଞ୍ଚଳକୁ ଚାଲାଣ କରନ୍ତି। ଯାହା ରୋଜଗାର କରନ୍ତି, ସେହି ଅର୍ଥରେ ମସ୍ତି କରନ୍ତି। ଦାମୀ ଡ୍ରେସ୍‌ ପିନ୍ଧନ୍ତି, ଆରାମ ଦାୟକ ଗାଡ଼ି କିଣି ଅୟସ୍‌ କରନ୍ତି। ମୌଜ ମଜଲିସ୍‌ରେ ଦିନ କାଟୁଥିଲେ। ହେଲେ ଏ ସମ୍ପର୍କରେ ଅବକାରୀ ବିଭାଗ ବା ପୁଲିସ୍‌ କେହି ଟେର ପାଉନଥିଲେ।

ଗତ ଶୁକ୍ରବାର ଦୁଇ ଭାଇ ଏକ କାର ବାଉନ୍‌ସୁଗର ଧରି ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିଲେ। ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଉନ୍‌ ଥାନା ପୁଲିସ୍‌ ସେମାନଙ୍କୁ ଟ୍ରାକ୍‌ କରିଥିଲା। ବ୍ରାଉନ୍‌ସୁଗର ଧରି ଆସୁଥିବା ବେଳେ ମାଡ଼ି ବସିଥିଲା ପୁଲିସ୍‌। ଉଭୟଙ୍କ ଗିରଫ କରିବା ସହିତ ୯.୬୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ପୁଲିସ୍‌ ସେମାନଙ୍କ ୨ଟି ଦାମୀ କାର୍‌, ଗୋଟିଏ ସ୍କୁଟି, ୨ ମୋବାଇଲ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Crime Brown Sugar Bhadrak