Advertisment

ଦିନରେ ଭିକ ମାଗୁଥିଲେ, ରାତିରେ ଘରେ ପଶି ଚୋରି କରୁଥିଲେ

ପୁଲିସ୍‌ର ଜେରା ଆଗରେ ବେଶୀ ସମୟ ସତକୁ ଲୁଚାଇ ରଖିପାରିଲେନି ୩ ଅଭିଯୁକ୍ତ। ସବୁ ସତକଥା କହିପକାଇଥିଲେ। ସେମାନଙ୍କ ତଥ୍ୟ ଆଧାରରେ ପୁଲିସ୍‌ କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସକୁ ଗିରଫ କରିଥିଲା। ପରେ ତିହିଡି ଥାନା ଅଞ୍ଚଳର ଦୁଃଖକୁ ମଧ୍ୟ ଗିରଫ କରିଥିଲା।

Police

Police

Advertisment

ଦିନରେ ଘରକୁ ଘର ବୁଲି ଭିକ ମାଗୁଥିଲେ। ଆଉ ରାତିର ଘରେ ପଶି ପରିବାର ଲୋକଙ୍କୁ ମାଡ଼ ମାରି ଚୋରି କରୁଥିଲେ। ଏପରି ଏକ ଗ୍ୟାଙ୍ଗକୁ ଧରି ଭଦ୍ରକ ପୁଲିସ୍‌। ଏଥିସହ ନଗଦ ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଏହି ରାକେଟ୍‌ର ଚେର କେନ୍ଦ୍ରାପଡ଼ାକୁ ଲମ୍ୱିଥିବା ଜଣାପଡ଼ିଛି।

Advertisment

ସାବରଙ୍ଗ ଥାନା ଚଣ୍ଡିଗାଁ ପଞ୍ଚାୟତରେ ଗତ କିଛି ଦିନ ହେଲା ଲଗାତାର ଭାବେ ଚୋରି ହେଉଥିଲା। ଚୋରମାନେ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରି ଚୋରି କରୁଥିଲେ। ଏପରି ଅଭିଯୋଗ ବାରମ୍ୱାର ଆସିବା ପରେ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ସାବରଙ୍ଗ ଥାନା ପୁଲିସ୍‌। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହକୁ ଆସିଥିଲେ ପଗଡ଼ ଗାଁର ଅଜୁ ଦାସ, ରାଜୁ ଦାସ ଓ ରାମ ଦାସ। ପୁଲିସ୍‌ ସେମାନଙ୍କୁ ଉଠାଇ ଆଣି ଘନଘନ ଜେରା କରିଥିଲା।

ପୁଲିସ୍‌ର ଜେରା ଆଗରେ ବେଶୀ ସମୟ ସତକୁ ଲୁଚାଇ ରଖିପାରିଲେନି ୩ ଅଭିଯୁକ୍ତ। ସବୁ ସତକଥା କହିପକାଇଥିଲେ। ସେମାନଙ୍କ ତଥ୍ୟ ଆଧାରରେ ପୁଲିସ୍‌ କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସକୁ ଗିରଫ କରିଥିଲା। ପରେ ତିହିଡି ଥାନା ଅଞ୍ଚଳର ଦୁଃଖକୁ ମଧ୍ୟ ଗିରଫ କରିଥିଲା। ଚୋରି ହୋଇଥିବା ସୁନା ଗହଣା କିଣିଥିବା ଦୋକାନୀ ରମାକାନ୍ତ ସାହୁଙ୍କୁ ମଧ୍ୟ ଗିରଫ କରିଛି ସବରଙ୍ଗ ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଚୋରି ହୋଇଥିବା ସୁନା ଗହଣା, ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି।

Advertisment

ଭଦ୍ରକ ଏସ୍‌ଡିପିଓ ସୌରଭ ଓତାଙ୍କ କହିବା ଅନୁସାରେ ରାତିରେ ଚୋରି ପାଇଁ ଯାଉଥିଲେ ଚୋର। ସେମାନଙ୍କ ଭିତରୁ ଘର ଭିତରକୁ ଯାଉଥିଲେ ୩ ଜଣ ଓ ବାହାରେ ଜଗୁଥିଲେ ୨ ଜଣ। ବାହାରେ ଜଗୁଥିବା ୨ ଚୋର ଭିତରକୁ ଯାଇଥିବା ୩ ସାଥୀଙ୍କୁ ପ୍ରତିକ୍ଷଣ ସୂଚନା ଦେଉଥିଲେ। ତା’ପରେ ଚୋରି କରି ଚମ୍ପଟ ମାରୁଥିଲେ। ଏହି ମାମଲାରେ ୬ ଜଣ ଗିରଫ ହୋଇଛନ୍ତି। ଏଥିରେ ଆହୁରି ଅନେକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଭଦ୍ରକ ଏସ୍‌ଡିପିଓ କହିଛନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe