Man Rapes Two Minor Step Daughters
ପାଠ ପଢ଼ାଇବା ବାହାନାରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପାଖକୁ ଡାକିଲେ ସାର। ଡ୍ରେସ୍ ଟେକି ଛାତ୍ରୀଙ୍କ ଶରୀରରେ ହାତ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ଅଶ୍ଲୀଳ ଭାଷାରେ ଗାଳିଦେଲେ। ଶିକ୍ଷାର ମନ୍ଦିରରେ ଏପରି କଳଙ୍କର ଛିଟା ପଡ଼ିଛି ଭଦ୍ରକ ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
ନାୟକାଣିଡିହି ଥାନା ଅଞ୍ଚଳର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଜୟ କୁମାର ବେହେରା ଗତ ୧୮ ତାରିଖରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପାଠ ପଢାଇବା ଆଳରେ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏପରିକି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ କାହା ପାଖରେ ନକହିବା ପାଇଁ ଛାତ୍ରୀଙ୍କୁ ମୁଣ୍ତ ଛୁଆଇଁ ନିୟମ କରାଇଥିଲେ।
ତା’ପର ଦିନ ଅର୍ଥାତ ବୁଧବାର ଦିନ ଛାତ୍ରୀ ଜଣକ ବିଦ୍ୟାଳୟ ଯାଇନଥିଲେ। ଯେଉଁଥିପାଇଁ ପରିବାର ଲୋକ ବିରକ୍ତି ପ୍ରକାଶ କରିଥିଲେ। କ’ଣ ପାଇଁ ବିଦ୍ୟାଳୟ ଯାଉନୁ ବୋଲି ଛାତ୍ରୀଙ୍କୁ ବାରମ୍ୱାର ପରିବାର ଲୋକେ ପଚାରିଥିଲେ। ଆଉ ଏହା ପରେ ଛାତ୍ରୀ ଜଣଙ୍କ ନିଜ ଭାଉଜ ପାଖରେ ସମସ୍ତ ଘଟଣା ପ୍ରକାଶ କରିଥିଲେ। ତା’ପରେ ପରିବାର ଲୋକେ ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିଥିଲେ।
ଶେଷରେ ପୀଡ଼ିତାଙ୍କ ବାପା ନାୟକାଣିଡିହି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଶିକ୍ଷକ ଅଜୟ କୁମାର ବେହେରାଙ୍କୁ ଗିରଫ କରିଛି।
ରିପୋର୍ଟ-ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us