Advertisment

୫ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଂଶଡା ଥାନା ଅଞ୍ଚଳର ରେଖା(ଛଦ୍ମନାମ) ୫ ମାସର ଗର୍ଭବତୀ ଥିଲେ। ବୁଧବାର ସନ୍ଧ୍ୟା ବେଳେ ସେ ଘରେ ଏକାକୀ ଥିଲେ। ତାଙ୍କ ସ୍ୱାମୀ ଘରଠାରୁ ଅଳ୍ପ ଦୂରକୁ ପାଣି ଆଣିବାକୁ ଯାଇଥିଲେ।

author-image
Manoranjan Sial
undefined

Rape Victim

ସ୍ୱାମୀ ନଥିବା ବେଳେ ୫ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ବାଂଶଡା ଥାନା ଅଞ୍ଚଳର ରେଖା(ଛଦ୍ମନାମ) ୫ ମାସର ଗର୍ଭବତୀ ଥିଲେ। ବୁଧବାର ସନ୍ଧ୍ୟା ବେଳେ ସେ ଘରେ ଏକାକୀ ଥିଲେ। ତାଙ୍କ ସ୍ୱାମୀ ଘରଠାରୁ ଅଳ୍ପ ଦୂରକୁ ପାଣି ଆଣିବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ବାପୁନ ମହାଳିକ ଘରେ ପଶି ରେଖାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ରେଖାଙ୍କ ସ୍ୱାମୀ ଏନେଇ ଥାନାରେ ଲିଖିତ ଅଭଯୋଗ କରିଥିଲେ। ଆଜି ପୁଲିସ୍‌ ମାମଲା ରୁଜୁ କରି ବାପୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ପୁଲିସ୍ ପୀଡ଼ିତାଙ୍କ ଡାକ୍ତରୀ ମାଇନା କହିଥିବା ଜଣାପଡ଼ିଛି।

ସେପଟେ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାପୁନ। ସେ କହିଛନ୍ତି, ସେମାନେ ମୋ ଦୋକାନରୁ ବାକି ଖାଇଥିଲେ। ବାକି ଟଙ୍କା ମାଗିଲେ ଆଜି କାଲି କହୁଥିଲେ। କିନ୍ତୁ ବାକି ଟଙ୍କା ଦେଉନଥିଲେ। ଗତକାଲି ସନ୍ଧ୍ୟା ବେଳେ ରାସ୍ତାରେ ଛିଡ଼ା ହୋଇ ଟଙ୍କା ମାଗୁଥିଲି। ସେହି ସମୟରେ ତାଙ୍କ ସ୍ୱାମୀ ମୋତେ ଟାଣି ନେଇ ମାଡ଼ ମାରିଥିଲା। ରେପ୍‌ କେସ୍‌ ଦେବ ବୋଲି କହିଥିଲା। ମୋତେ ଫସାଇବା ପାଇଁ ସେମାନେ ରେପ୍‌ କେସ ଦେଇଛନ୍ତି ବୋଲି ବାପୁନ କହିଛନ୍ତି।

Advertisment
Rape Bhadrak