Advertisment

ଜେଇଙ୍କ ଘରେ ପଶିଲା ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ

ପ୍ରସନ୍ନ ଆୟ ବର୍ହିଭୂତ ସମ୍ପତ୍ତି ଠୁଲ କରିଥିବା ଅଭିଯୋଗ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance Raid

Vigilance Raid

କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। 

Advertisment

ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର,ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ ବିଲଡିଂ,ଭଞ୍ଜନଗର
ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ ଭାଇଙ୍କ ଘର,ଭଞ୍ଜନଗର ଅଫିସ୍ ଓ ଲୁଡୁଲୁଡିରେ ଥିବା ପୈତୃକ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  ଚଢ଼ାଉରେ ୭ ଜଣ ଡିଏସପି,୫ ଜଣ ଇନ୍ସପେକ୍ଟର ଓ ଏଏସଆଇ ସାମିଲ୍ ହୋଇଛନ୍ତି ।

ପ୍ରସନ୍ନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛନ୍ତି।  ବ୍ରହ୍ମପୁର ଓ ଫୁଲବାଣୀର ଭିଜିଲାନ୍ସ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି । 

Advertisment
Vigilance Raid Kamakhyanagar