Advertisment

ଭରତପୁର ଥାନା ମାମଲା; ସର୍ବସାଧାରଣ ଉଦ୍ଦେଶ୍ୟରେ ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟୋଗଙ୍କ କାର୍ଯ୍ୟାଳୟ ଫୋନ୍ ନମ୍ୱରରେ ଯୋଗାଯୋଗ କରିହେବ।

ଅଦ୍ୟତନ ହୋଇଛି
Bharatpur police station

Bharatpur police station

Advertisment

ଭରତପୁର ଥାନା ମାମଲାରେ ତଦନ୍ତ ଓ ଆନୁଷଙ୍ଗିକ ବିଷୟରେ ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଆୟୋଗଙ୍କ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସେମାନେ ସତ୍ୟପାଠ ଆକାରରେ ଦେଇ ପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏଥିପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛନ୍ତି ଆୟୋଗ।

Advertisment

ବିଚାର ବିଭାଗୀୟ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ଏହି ମାମଲାର ତଦନ୍ତ କରୁଛନ୍ତି। ଯେକୌଣସି ବ୍ୟକ୍ତି, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି, ଯିଏ ବି ଏହି ମାମଲା ସମ୍ପର୍କରେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ଅବଗତ ଅଛନ୍ତି, ସେମାନେ ସତ୍ୟପାଠ ଦାଖଲ କରିପାରିବେ। ସେହିପରି ସଚେତନ ନାଗରିକ, ପୂର୍ବତନ ପୁଲିସ ଅଧିକାରୀ, ଆଇନଜୀବୀ ପ୍ରମୁଖ କିଭଳି ଏଭଳି ଘଟଣାର ଆଗକୁ ପୁନରାବୃତ୍ତି ନହେବ ଏବଂ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିହେବ ସେନେଇ ସତ୍ୟପାଠ ଜରିଆରେ ମତାମତ ଦେଇପାରିବେ। 

ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟୋଗଙ୍କ କାର୍ଯ୍ୟାଳୟ ଫୋନ୍ ନମ୍ୱରରେ ଯୋଗାଯୋଗ କରିହେବ। ସେହିପରି ସତ୍ୟପାଠ ଦ୍ୱାରା ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ଅଫିସ କାର୍ଯ୍ୟ ଦିବସ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି
ବିଜ୍ଞପ୍ତିରେ ଦର୍ଶାଯାଇଛି।

Advertisment

ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନ ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। 

Bhubaneswar Bharatpur Police Station
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe