Advertisment

‘ମୋ ବସ୍‌’ ଯାତ୍ରୀଙ୍କୁ ଟାଗେର୍ଟ କରୁଥିବା ୫ ଲୁଟେରା ଗିରଫ, ୨୦ହଜାର ଟଙ୍କା ଓ ୫ ମୋବାଇ ଜବତ

ମୋ ବସ୍‌ରେ ଯାତ୍ରୀମାନେ ଚଢୁଥିବା ବେଳେ ଭିଡ଼ଦେଖି ଏହି ସନ୍ଦିଗ୍ଧ ମାନେ ମନିପର୍ସ ଓ ମୋବାଇଲ ଲୁଟ୍‌ କରୁଛନ୍ତି

ଅଦ୍ୟତନ ହୋଇଛି
Accused

Accused

Advertisment

ମୋ ବସ୍‌ ଯାତ୍ରୀଙ୍କୁ ଲୁଟୁଥିବା ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ପଶ୍ଚିମବଙ୍ଗର ରିଜୁଆଲ୍ ଜମିଦାର୍, କଟକର ଏସ୍‌.କେ ସଲିମ୍‌, ଯାଜପୁରର ଏସ୍.କେ ଚୁନୁଉଦ୍ଦିନ, ମୁର୍ତେଜା ହୁସେନ୍ ଓ ଏସ୍‌.କେ ସରିଫ୍‌। ସେମାନଙ୍କ ଠାରୁ ୫ଟି ମୋବାଇଲ୍‌ ଓ ୨୦ ହଜାର ଟଙ୍କା ଜବତ କରାଯାଇଛି। ଜବତ ମୋବାଇଲ ଓ ଟଙ୍କା ସେମାନେ ମୋ ବସ୍‌ ଯାତ୍ରୀଙ୍କ ଠାରୁ ଲୁଟିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

Advertisment

ଜୋନ୍‌ ୫ ଏସିପି ଗୌତମ କିଷାନଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭.୩୦ ବେଳେ ନୟାପଲ୍ଲୀ ଥାନା ପୁଲିସ ବିଶେଷ ସୁତ୍ରରୁ ସୂଚନା ପାଇଥିଲା ଯେ ସିଆରପିଏଫ ଛକରେ ମୋ ବସ୍‌ ଷ୍ଟପରେ କିଛି ସନ୍ଦିଗ୍ଧ ବୁଲୁଛନ୍ତି। ମୋ ବସ୍‌ରେ ଯାତ୍ରୀମାନେ ଚଢୁଥିବା ବେଳେ ଭିଡ଼ଦେଖି ଏହି ସନ୍ଦିଗ୍ଧ ମାନେ ମନିପର୍ସ ଓ ମୋବାଇଲ ଲୁଟ୍‌ କରୁଛନ୍ତି। ସଙ୍ଗେ ସଙ୍ଗେ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ୫ ସନ୍ଦିଗ୍ଧଙ୍କୁ ଧରିଥିଲା।

ଯାଞ୍ଚବେଳେ ଏହି ସନ୍ଦିଗ୍ଧଙ୍କ ପାଖରୁ ୫ଟି ମୋବାଇଲ ଓ ୨୦ ହଜାର ଟଙ୍କା ମିଳିଥିଲା। ପ୍ରତ୍ୟକଙ୍କ ପାଖରୁ ୪ ହଜାର ଟଙ୍କା ଲେଖାଏ ମିଳିଥିଲା। ତେବେ ଏହି ଟଙ୍କା ସେମାନେ କେଉଁଠାରୁ ଆଣିଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ପୁଲିସ ସେମାନଙ୍କୁ ଥାନାକୁ ଆଣିଥିଲା। ଥାନାରେ ଜେରା ବେଳେ ସନ୍ଦିଗ୍ଧ ମାନଙ୍କ ଗୁମର ଫିଟିଥିଲା। ସେମାନଙ୍କ ଠାରୁ ମିଳିଥିବା ମୋବାଇଲ ଓ ଟଙ୍କା ସେମାନେ ମୋବସ୍‌ ଯାତ୍ରୀଙ୍କ ଠାରୁ ଲୁଟିଥିବା ସ୍ୱୀକାର କରିଥିଲେ।

Advertisment

ସେମାନେ କଟକ ଓ ଭୁବନେଶ୍ୱରରେ ମୋ ବସ୍‌ ଗୁଡ଼ିକରୁ ଲୁଟପାଟ କରୁଥିଲେ। ସାଧାରଣତଃ ସେମାନେ ଯେଉଁ ମୋ ବସ୍‌ ଗୁଡ଼ିକରେ ଭିଡ଼ ଥାଏ, ସେଗୁଡ଼ିକୁ ଟାଗେର୍ଟ କରୁଥିଲେ। ଅଭିଯୁକ୍ତମାନେ ଗତକାଲି ସିଆରପିଏଫ ସ୍ଥିତ ଉକ୍ତ ବସ୍‌ ରହଣି ସ୍ଥଳରେ ୫୦ହଜାର ଟଙ୍କା ଲୁଟ କରିଥିଲେ ବୋଲି ପୁଲିସକୁ କହିଛନ୍ତି। ସେହିପରି ଜବତ ମୋବାଇଲ ଗୁଡ଼ିକୁ ଭୁବନେଶ୍ୱର ବିଭିନ୍ନ ମୋ ବସ୍‌ ରହଣି ସ୍ଥଳରୁ ଲୁଟ୍ କରିଥିବା ସ୍ୱୀକାର କରିଛନ୍ତି। ସେମାନଙ୍କ ଗ୍ୟାଙ୍ଗରେ ଆଉ କେହି ସାମିଲ ଅଛନ୍ତି ନାଁ ନାହିଁ ସେଦିଗରେ ମଧ୍ୟ ତଦନ୍ତ ଚଳାଇଛି ପୁଲିସ୍। 

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe