Advertisment

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ

କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଛି।

ପ୍ରଶାନ୍ତ ଗନ୍ତାୟ

ପ୍ରଶାନ୍ତ ଗନ୍ତାୟ

Advertisment

ଗିରଫ ହୋଇଛନ୍ତି ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ପ୍ରଶାନ୍ତ ଗନ୍ତାୟତଙ୍କ ପୁଳାପୁଳା ସମ୍ପତ୍ତି ମଧ୍ୟରେ ରହିଛି ଦୁଇଟି ବହୁତଳ କୋଠା। ଏହି ଦୁଇଟି କୋଠା ଭୁବନେଶ୍ୱରରେ ଅଛି। ସେହିପରି ଭୁବନେଶ୍ୱରରେ ତାଙ୍କର ଦୁଇଟି ଫ୍ଲାଟ ଅଛି। ତାଙ୍କର ମୋଟ୍ ୫ ଟି ପ୍ଲଟ୍ ଠାବ କରାଯାଇଛି, ଯେଉଁଥିରୁ ୩ ଟି ଭୁବନେଶ୍ୱରରେ ଅଛି।

ସେ ବିଭିନ୍ନ କ୍ଷେତ୍ରରେ ୧. ୪୮ କୋଟି ଟଙ୍କା ଜମା ରଖିଛନ୍ତି। ତାଙ୍କ ଠାରୁ ୫୩୬ ଗ୍ରାମର ସୁନା ଅଳଙ୍କାର ଓ ୧.୨୧ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ତାଙ୍କର ଗୋଟିଏ ୪ ଚକିଆ ଗାଡ଼ି ଅଛି।

Advertisment

ପ୍ରଶାନ୍ତ ଗନ୍ତାୟତଙ୍କ ଏସବୁ ସମ୍ପତିର ମୂଲ୍ୟ ତାଙ୍କ ଆୟଠାରୁ ଢେର ଅଧିକ। ଏତେ ପରିମାଣରେ ସମ୍ପତି ସେ କେମିତି ଠୁଳ କଲେ, ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଛି।

Odisha Vigilance Vigilance Raid Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe