Advertisment

ଜବରଦସ୍ତ ଲୁକ୍ସ... ହାଇପ୍ରୋଫାଇଲ୍‌ ଗେଟଅପ୍‌...

ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍‌।

author-image
Manoranjan Sial
Crime

Crime

ଜବରଦସ୍ତ ଲୁକ୍ସ। ହାଇପ୍ରୋଫାଇଲ୍‌ ଗେଟଅପ୍‌। ଏଭଳି ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ଭୁବନେଶ୍ୱର କମିସନରେଟ୍‌ ପୁଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି।

Advertisment

ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍‌। ବେଶଭୂଷା ଆଉ ହାବଭାବ ଦେଖିଲେ ମଧ୍ୟ କେହି ସନ୍ଦେହ କରୁନଥିଲେ। ଫସି ଯାଉଥିଲେ ମହାଠକେଇର ମାୟାଜାଲରେ। ଶେଷରେ ଉଭୟଙ୍କୁ ବାନ୍ଧିଛି ଇନଫୋସିଟି ପୁଲିସ। ବିଏନ୍ଏସ୍ ଧାରା ୩୧୮ (୪) ଅର୍ଥାତ ଠକେଇ, ୩୧୯(୨) ଜାଲ୍ ପରିଚୟ ଦେଇ ଠକିବା, ୩୧୯(୩) ଜଣଙ୍କ ଘରକୁ ବେଆଇନ ଭାବେ ପଶିବା ଆଦି ଏକାଧିକ ମାମଲାରେ ଛନ୍ଦି ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ପୁଲିସର କହିବା କଥା, ହଂସିତା ହେଉଛନ୍ତି କନ୍ଧମାଳ ଜିଲ୍ଲାର। ଆଉ ଅନୀଲ ମହାନ୍ତି ଭୁବନେଶ୍ୱରର। ଭୁବନେଶ୍ୱର ଆସିବା ପରଠୁ ଦୀର୍ଘଦିନ ହେଲା ଅନୀଲଙ୍କ ସହ କୁଆଡ଼େ ହଂସିତା ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍‌ ଆପାର୍ଟମେଣ୍ଟରେ। ଉଦବେଗର ବିଷୟ ହେଉଛି, ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ ମହାଲୁଟ୍‌। ଏମାନେ କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ CAG ଗିରୀଷ ମୁର୍ମୁଙ୍କ ସହିତ ଫଟୋ ଏଡିଟ୍‌ କରି ରଖିଛନ୍ତି। ସେହି ସବୁ ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ବିଲଡର ଓ ଖଣି ବ୍ୟବସାୟୀଙ୍କୁ ମୋଟା ଅଙ୍କର ଚୁନା ଲଗାଉଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ସେମାନଙ୍କୁ ଧରିଛି। ସେମାନେ ମଧ୍ୟ ଦୋଷ ସ୍ୱୀକାର କରିଥିବା ପୁଲିସ୍‌ କହିଛି

Advertisment

ତେବେ ଏହି ବଣ୍ଟି ବବଲି ଯୋଡ଼ି ହଂସିତା-ଅନୀଲଙ୍କ ଠକେଇ ନେଟୱର୍କ ପଛରେ ଆଉ କାହାର ରହିଛି ହାତ? କେଉଁମାନେ ଶିକାର ହୋଇଛନ୍ତି ଠକେଇର? ଏବେ ଏଭଳି ନାନା ପ୍ରଶ୍ନକୁ ଧରି ପୁଲିସ ତଦନ୍ତ ଚଳାଇବା ସହ ଠକେଇର ଶିକାର ସମସ୍ତ ବ୍ୟକ୍ତିଙ୍କୁ ଥାନାକୁ ଆସି ଜଣାଇବାକୁ ଅପିଲ୍ କରିଛି।

Bhubaneswar Bhubaneswar News