Advertisment

ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ କରୁଥିଲେ, ମାଡ଼ି ବସିଲା ପୁଲିସ୍‌

ଜେରା ବେଳେ ସେମାନେ ସବୁ କଥା ସ୍ୱୀକାର କରିଥିଲେ। ରାଜପଥରୁ ଲୁଟ୍‌ ପାଇଁ ଯୋଜନା କରୁଥିବା ମାନିଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଗୋଟିଏ ତେଲେଙ୍ଗା କଟୁରୀ, ଗୋଟିଏ ଖେଳଣା ବନ୍ଧୁକ, ୩ଟି ଲୁହା ରଡ୍‌ ପ୍ରମୁଖ ଜବତ କରିଥିଲା।

Crime

Crime

Advertisment

ଖେଳଣା ବନ୍ଧୁକ ଦେଖାଇ ରାଜପଥରୁ ଲୁଟ୍‌ ପାଇଁ ଉଦ୍ୟମ କରୁଥିଲେ। ହେଲେ ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍‌। ୬ ପେସାଦାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌।

Advertisment

ସହିଦ୍‌ନଗର ଥାନା ଶାନ୍ତିପଲ୍ଲୀ ବସ୍ତିର ରେଳ ଧାରଣା ପାର୍ଶ୍ୱରେ ୬ ପେସାଦାର ଲୁଟେରା ବସି ଲୁଟ୍‌ ପାଇଁ ପ୍ଲାନ୍‌ କରୁଥିଲେ। ରାତିରେ ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍‌ ଗୁଡ଼ିକୁ ଅଟକାଇ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଥାନାକୁ ଖବର ଦେଇଥିଲେ। କମିଶନରେଟ୍‌ ପୁଲିସ୍‌ ଉକ୍ତ ସ୍ଥାନରେ ଚଢ଼ଉ କରି ଲିଙ୍ଗରାଜ ଭୂୟାଁ, ବୁଲୁ ପଲେଇ, କାର୍ତ୍ତିକ ମଣ୍ଡଳ, ସତ୍ୟବ୍ରତ ଭୋଇ,ଏମ୍‌ଡି କାଦିର ଓ ତତ୍ତ୍ୱମସି ପ୍ରଧାନଙ୍କୁ ଅଟକ ରଖି ଜେରା କରୁଥିଲେ।

ଜେରା ବେଳେ ସେମାନେ ସବୁ କଥା ସ୍ୱୀକାର କରିଥିଲେ। ରାଜପଥରୁ ଲୁଟ୍‌ ପାଇଁ ଯୋଜନା କରୁଥିବା ମାନିଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଗୋଟିଏ ତେଲେଙ୍ଗା କଟୁରୀ, ଗୋଟିଏ ଖେଳଣା ବନ୍ଧୁକ, ୩ଟି ଲୁହା ରଡ୍‌ ପ୍ରମୁଖ ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାଁରେ ବହୁ ମାମଲା ରହିଛି। ଲିଙ୍ଗରାଜ ଭୂୟାଁଙ୍କ ନାଁରେ ୮ଟି ମାମଲା ଥିବା ବେଳେ ବୁଲୁ ପଲେଇ ନାଁରେ ୩ଟି, କାର୍ତ୍ତିକ ମଣ୍ଡଳ ନାଁରେ ୬ଟି, ସତ୍ୟବ୍ରତ ଭୋଇ ନାଁରେ ୩ଟି, ଏମ୍‌ଡି କାଦିର ନାଁରେ ଗୋଟି ଓ ତତ୍ତ୍ୱମସି ପ୍ରଧାନଙ୍କ ନାଁରେ ୨ଟି ମାମଲା ଥିବା ପୁଲିସ୍ କହିଛି।

Advertisment
Crime Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe