Advertisment

ପ୍ରେମିକାଙ୍କ ସାନ ଭଉଣୀ ଉପରେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ....

ଭୁବନେଶ୍ୱର ପଟିଆ ରେଲୱେ ଷ୍ଟେସନ ଅଞ୍ଚଳରେ ରୁହନ୍ତି ଅକ୍ଷୟ ବେହେରା। ସେ ରେଶମା(ଛଦ୍ମନାମ)ଙ୍କୁ ଏକ ତରଫା ପ୍ରେମ କରୁଥିଲେ। ରେଶମା ବିବାହ କରିଥିବା ସତ୍ତ୍ୱେ ଅକ୍ଷୟ ଜବରଦସ୍ତି ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Woman

Woman

Advertisment

ମହିଳାଙ୍କୁ କରୁଥିଲେ ଏକ ତରଫା ପ୍ରେମ। ହେଲେ ବିରୋଧ କରୁଥିଲେ ମହିଳାଙ୍କ ସାନ ଭଉଣୀ। ଯେଉଁଥିପାଇଁ ତାଙ୍କ ଉପରେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ ଏକ ତରଫା ପ୍ରେମିକ ପ୍ରବର। ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଘଟିଥିଲା ଏପରି ଭୟଙ୍କର ଘଟଣା। ଏ ନେଇ ଅଭିଯୋଗ ହେବା ପରେ ଆଜି କମିଶନରେଟ୍‌ ପୁଲିସ୍‌ ପ୍ରେମିକ ପ୍ରବରଙ୍କୁ ଗିରଫ କରିବା ସହିତ ପୂରା ଘଟଣା ଉପରୁ ହଟାଇଛି ପର୍ଦ୍ଦା।

Advertisment

ଭୁବନେଶ୍ୱର ପଟିଆ ରେଲୱେ ଷ୍ଟେସନ ଅଞ୍ଚଳରେ ରୁହନ୍ତି ଅକ୍ଷୟ ବେହେରା। ସେ ରେଶମା(ଛଦ୍ମନାମ)ଙ୍କୁ ଏକ ତରଫା ପ୍ରେମ କରୁଥିଲେ। ରେଶମା ବିବାହ କରିଥିବା ସତ୍ତ୍ୱେ ଅକ୍ଷୟ ଜବରଦସ୍ତି ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ବିରୋଧ କରୁଥିଲେ ରେଶମାଙ୍କ ସାନ ଭଉଣୀ। ଯେଉଁଥିପାଇଁ ଅକ୍ଷୟ ଓ ରେଶମାଙ୍କ ସାନ ଭଉଣୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ।

ଶନିବାର ସନ୍ଧ୍ୟା ବେଳେ ରେଶମାଙ୍କ ସାନ ଭଉଣୀ ସ୍କୁଟିରେ ପଟିଆ ସ୍ଥିତ ନିଜ ଅଫିସରୁ ବାହାରି ଘରକୁ ଯାଉଥିଲେ। ତେବେ ପଟିଆ-ସିପିଇଟି ରାସ୍ତାରେ ତାଙ୍କ ସ୍କୁଟିକୁ ପଛ ପାର୍ଶ୍ୱରୁ ଅକ୍ଷୟ ନିଜ ପିକ୍‌ଅପ୍‌ ଭ୍ୟାନ ସହାୟତାରେ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ରେଶମାଙ୍କ ସାନ ଭଉଣୀ ତଳେ ପଡ଼ି ଯାଇ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଅଭିଯୁକ୍ତଙ୍କ ଗାଡ଼ିକୁ ପିଛା କରି ଅଟକାଇଥିଲେ। ଏଥିସହ ପୀଡ଼ିତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ପୀଡିତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

Advertisment

ପୀଡ଼ିତା ଦୁର୍ଘଟଣା ନେଇ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତା ଓ ଏକତରଫା ପ୍ରେମରୁ ଏହି ଦୁର୍ଘଟଣା ଘଟା ଯାଇଥିବା ପୁଲିସ୍‌ କହିଛି।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe