Advertisment

ଡିସିପିଙ୍କ ଖୁଲାସା: ଶୁଭମ ହତ୍ୟାକାଣ୍ଡ ପଛରେ ବକେୟା ଟ୍ୟୁସନ ଫି

ବାକି ଟଙ୍କା ଦେବାକୁ ବାରମ୍ବାର ତାଗିଦ କରୁଥିଲେ ଟିଉସନ୍‌ ସାର୍। ଏହାକୁ ନେଇ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା ଅଭିଯୁକ୍ତ ଜଣକ।

ଅଦ୍ୟତନ ହୋଇଛି
Bhubaneswar DCP & Victim

Bhubaneswar DCP & Victim

Advertisment

‘ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା। ବାକି ଟଙ୍କା ଦେବାକୁ ବାରମ୍ବାର ତାଗିଦ କରୁଥିଲେ ଟିଉସନ୍‌ ସାର୍। ଏହାକୁ ନେଇ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା ଅଭିଯୁକ୍ତ ଜଣକ। ଏହାପରେ ସେ ସୁଯୋଗ ଖୋଜି ଟ୍ୟୁସନ୍‌ ସାରଙ୍କ ପୁଅକୁ ଛୁରି ଭୁଶି ହତ୍ୟା କରିଛି। ତେଣୁ ବକେୟା ଟ୍ୟୁସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା କରାଯାଇଛି।’

Advertisment

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନବମ ଶ୍ରେଣୀ ଛାତ୍ର ଶୁଭମ୍‌ ସ୍ୱରୂପ ପାଲଟାସିଂଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥିଲା। ପୁଲିସ୍‌ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଯୁକ୍ତ ୨ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଛି। ପଚରାଉଚରା ବେଳେ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଅଭିଯୁକ୍ତଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଏହି ହତ୍ୟାକାଣ୍ଡ ପଛର କାରଣ ବଖାଣିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭୁବନେଶ୍ୱର ଡିସିପି କହିଛନ୍ତି, ମୃତ ନାବାଳକର ବାପା, ମା’ ଟ୍ୟୁସନ୍‌ କରନ୍ତି। ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ପ୍ରାୟ ୨ ବର୍ଷ ପୂର୍ବେ ଟ୍ୟୁସନ୍‌ ହେଉଥିଲେ। ତାଙ୍କର ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା। ବାକି ଟଙ୍କା ଦେବାକୁ ତାକୁ ଟିଉସନ୍‌ ସାର୍ ବାରମ୍ବାର ତାଗିଦ କରିବାରୁ ସେ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ।

Advertisment

ଏହାପରେ ଅଭିଯୁକ୍ତ ଜଣକ ଗତକାଲି ସନ୍ଧ୍ୟାରେ ନାବାଳକଙ୍କ ଘରେ ପଶିଥିଲା। ଉକ୍ତ ସମୟରେ ନାବାଳକଙ୍କ ପରିବାର ସଦସ୍ୟ ଉପର ମହଲାରେ ଥିବା ବେଳେ ସେ ତଲ ମହଲାରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହାପରେ ସେ ଛୁରୀରେ ନାବାଳକଙ୍କୁ ବାରମ୍ବାର ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଶୁଭମଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ତଳକୁ ଆସି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାକୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ତୁରନ୍ତ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଯାଞ୍ଚ କରିବାରୁ ଏକ ବ୍ୟାଗରେ ୟୁନିଫର୍ମ ପଡ଼ିଥିବା ଦେଖିବାକୁ ପାଇଥିଲ। ଏହାପରେ ତଦନ୍ତ କରି ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଥିବା କହିଛନ୍ତି। ପଚରାଉଚରା ପରେ ତାଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ।

ଶୁଭମ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଗତକାଲି ପରୀକ୍ଷା ପାଇଁ ସେ ଘରେ ପ୍ରସ୍ତୁତ ହେଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଶୁଭମଙ୍କ ଏପରି ଅଚାନକ ମୃତ୍ୟୁ ତାଙ୍କ ପରିବାର ସମେତ ଗ୍ରାମବାସୀ ଓ ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶକ୍ତ ଧକ୍କା ଦେଇଛି।

Murder Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe