Advertisment

ଚୋରୀ ସନ୍ଦେହରେ ଘରୋଇ ସହାୟିକାଙ୍କୁ ବନ୍ଧକ ରଖିଲେ ଘର ମାଲିକ, ମୁଣ୍ଡ ଜାମିନ୍‌ ସର୍ତ୍ତ ଲକ୍ଷେ ଟଙ୍କା

ଚୋରୀ ସନ୍ଦେହରେ ଘରୋଇ ସହାୟିକାଙ୍କୁ ଶ୍ରୀବିହାର ଅଞ୍ଚଳରେ ଜଣେ ଘର ମାଲିକ ଅଟକ ରଖିଥିଲେ। ବନ୍ଦ ଘରୁ ଘରୋଇ ସହାୟିକାଙ୍କୁ ଉଦ୍ଧାର କରିଛି ପୁଲିସ।

Bhubaneswar: Domestic help detained by house owner

Bhubaneswar: Domestic help detained by house owner

Advertisment

ରାଜଧାନୀର ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରେ ଅଭାବନୀୟ ଘଟଣା। ଚୋରୀ ସନ୍ଦେହରେ ଘରୋଇ ସହାୟିକାଙ୍କୁ ଶ୍ରୀବିହାର ଅଞ୍ଚଳରେ ଜଣେ ଘର ମାଲିକ ଅଟକ ରଖିଥିଲେ। ବନ୍ଦ ଘରୁ ଘରୋଇ ସହାୟିକାଙ୍କୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ବେଳେ ଜଣେ ମହିଳା ଏଏସ୍‌ଆଇ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଘର ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ପୁଲିସକୁ ଚକମା ଦେଇ ଘର ମାଲିକ ଚମ୍ପଟ ମାରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଘର ମାଲିକକୁ ଧରିବାକୁ ଚେଷ୍ଟା ଚଳାଇଛି। ପଡ଼ୋଶୀଙ୍କ ଠାରୁ ଖବର ପାଇ ପୁଲିସ ଏହି ମହିଳାଙ୍କୁ ଉଦ୍ଧାର କରିଛି।

Advertisment

ସୂଚନା ମୁତାବକ, ଘର ମାଲିକ ବିଶ୍ୱଜିତ୍‌ ଦାସଙ୍କ ଘରେ କାମ କରନ୍ତି ଶ୍ରୀବିହାର ଶବର ସାହିର ନମିତା ଗୌଡ଼। ସେ ସକାଳ ୬ଟାରେ ଆସି ପୂର୍ବହ୍ନ ୧୦ଟା ପର୍ଯ୍ୟନ୍ତ ଘରକାମ କରନ୍ତି। ଆଜି ନମିତା ଦିନ ପ୍ରାୟ ୯ଟା ବେଳେ କାମ କରିବାକୁ ଆସିବା ପରେ ତାଙ୍କ ଉପରେ ଟଙ୍କା ଓ ଜିନିଷପତ୍ର ଚୋରି ଅଭିଯୋଗ ଲଗାଇଥିଲେ ବିଶ୍ୱଜିତ୍। ଲକ୍ଷେ ଟଙ୍କା ନଦେଲେ ଛାଡିବି ନାହିଁ ବୋଲି କହି ନମିତାଙ୍କୁ ଗୋଟିଏ ଘରେ ରଖି ତାଲା ପକାଇ ଦେଇଥିଲେ। ଏନେଇ ପିସିଆରକୁ ଖବର ମିଳିବା ପରେ ପୁଲିସ ପହଞ୍ଚି ଥିଲା ଓ ଘରର ତାଲା କାଟି ମହିଳାଙ୍କୁ ଉଦ୍ଧାର କରିଥିଲା। ଏହି ସମୟରେ ଘର ମାଲିକଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ଘର ମାଲିକ ଦୁଇଜଣ ମହିଳାଙ୍କ ବେକକୁ ଦୁଇ ବାହୁରେ ଚାପି ରଖିଥିବା ଦେଖିବାକୁ ମିଳିଥିଲା।

ଘର ମାଲିକ ପୁଲିସରେ ଅଭିଯୋଗ ନକରି କାହିଁକି ଆଇନ୍‌କୁ ହାତକୁ ନେଲେ ତାହା ତଦନ୍ତ ମୁଖ୍ୟ ପ୍ରସଙ୍ଗ ହୋଇଛି। କମିଶନରେଟ ପୁଲିସ ପାଖରେ ଏଭଳି ଏକ ମାମଲା ପ୍ରଥମ ଥର ଆସିଛି ବୋଲି ଜଣାପଡ଼ିଛି।

Advertisment
Bhubaneswar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe