Advertisment

ଗ୍ୟାଙ୍ଗଷ୍ଟାର-ଖଲିସ୍ତାନୀ ଲିଙ୍କ୍; ଏକସଙ୍ଗେ ୫୦ଟି ସ୍ଥାନରେ NIA ରେଡ୍‌

ଖଲିସ୍ତାନୀ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍‌ ଡିଲର୍ସ ମଧ୍ୟରେ ଥିବା କନେକସନ୍‌କୁ କାଟିବାକୁ ଅଣ୍ଟା ଭିଡ଼ିଛି ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(NIA) । NIA ଏହି ଘଟଣାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକସଙ୍ଗେ ୬ଟି ରାଜ୍ୟର ୫୦ଟି ସ୍ଥାନରେ ଚଢ଼ାଉ କରିଛି।

ଅଦ୍ୟତନ ହୋଇଛି
NIA Raid

NIA Raid

Advertisment

ଖଲିସ୍ତାନୀ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍‌ ଡିଲର୍ସ ମଧ୍ୟରେ ଥିବା କନେକସନ୍‌କୁ କାଟିବାକୁ ଅଣ୍ଟା ଭିଡ଼ିଛି ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(NIA) । NIA ଏହି ଘଟଣାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକସଙ୍ଗେ ୬ଟି ରାଜ୍ୟର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ବି ସାମିଲ ଅଛି।

Advertisment

ପଞ୍ଜାବର ୩୦ଟି ସ୍ଥାନରେ NIA ଟିମ୍‌ ଚଢ଼ାଉ କରିଥିବା ବେଳେ ରାଜସ୍ଥାନର ୧୩, ହରିୟାଣାର ୪, ଉତ୍ତରାଖଣ୍ଡର ୨, ଦିଲ୍ଲୀ- ଏନସିଆର ଓ ଉତ୍ତରପ୍ରଦେଶରେ ଗୋଟିଏ ଗୋଟିଏ ଜାଗାରେ ଚଢ଼ାଉ ଜାରି ରହିଛି।

NIA ସୂଚନା ଅନୁଯାୟୀ, ବିଦେଶରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର ଭାରତରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପାଇଁ ଫଣ୍ଡିଂ କରୁଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ଏହି ଫଣ୍ଡିଂ ଚେନ୍‌କୁ ଶେଷ କରିବାକୁ NIA ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତନାଘନା କରୁଛି। ଏହି ମାମଲାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ NIA ଠୋସ୍‌ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି।

Advertisment

NIA ଏପରି ସମୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯେତେବେଳେ କି ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣା ପାଇଁ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ଆସି ଯାଇଛି।

ଗତ ଜୁନ୍ ୧୮ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ କାନାଡ଼ାରେ ଗୁଳି କରି ହତ୍ୟା କରାଯାଇଥିଲା। ଜି-୨୦ରୁ ଫେରିବା ପରେ କାନାଡା ଏ ପ୍ରସଙ୍ଗକୁ ଦୋହରାଇଥିଲା। ନିଜ୍ଜାର ହତ୍ୟାରେ ଭାରତୀୟ ସରକାରୀ ଏଜେଣ୍ଟଙ୍କ ହାତ ଥିବା ସିଧାସଳଖ ଅଭିଯୋଗ କରିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଏପରିକି ଭାରତୀୟ କୂଟିନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଥିଲେ।

ଏହାର 'ଯେସାକୁ ତେସା' ନୀତିରେ ଜବାବ ଦେଇଥିଲେ ଭାରତ ସରକାର। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ସରକାର ତୁରନ୍ତ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ୫ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦୁଇ ଦେଶ ନିଜ ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

Raid NIA Investigation Khalistan Supporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe