Advertisment

ବଡ଼ ଭାଇକୁ ଭୁଜାଲିରେ ଆକ୍ରମଣ କଲା ସାନ ଭାଇ

ସୁରେଶଙ୍କ ପରିବାର ଲୋକେ କର୍ଣ୍ଣଙ୍କ ନାଁରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

author-image
Tapaswini Nayak
Attack

Attack

ପାରିବାରିକ କଳହର କରୁଣ ପରିଣତି। ବଡ଼ ଭାଇକୁ ଭୁଜାଲିରେ ଆକ୍ରମଣ କଲା ସାନ ଭାଇ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାୟ ପୁର ଗ୍ରାମରେ ଏହି ଘଟଣା ଘଟିଛି। ଆହତ ସୁରେଶ ଜେନାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ କର୍ଣ୍ଣ ଜେନାଙ୍କୁ ପଚରାଉଚରା କରୁଛି।

Advertisment

ଗତକାଲି ରାତିରେ ସୁରେଶ ଓ ତାଙ୍କ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ସମୟରେ କର୍ଣ୍ଣ ଆସି ସୁରେଶଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରିବାର ଲୋକେ ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରତ ପ୍ରଥମେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ସୁରେଶଙ୍କ ପରିବାର ଲୋକେ କର୍ଣ୍ଣଙ୍କ ନାଁରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Puri Attack