Advertisment

ଆତଙ୍କବାଦୀ ପନ୍ନୁ ବିରୋଧରେ ଏନଆଇଏ ବଡ଼ କାର୍ଯ୍ୟାନୁଷ୍ଠାନ

ଭାରତ ଓ କାନାଡା ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିହଂ ନିଜାର୍‌ର ହତ୍ୟାକୁ ନେଇ କୂଟନୀତିକ ଯୁଦ୍ଧ ଚାଲିଛି। ଏସବୁ ଭିତରେ ପନ୍ନୁ ଗୋଟିଏ ଭିଡିଓ ଜାରି କରି ଇଣ୍ଡୋ-କାନାଡିଆନ ହିନ୍ଦୁମାନଙ୍କୁ ତୁରନ୍ତ କାନାଡା ଛାଡ଼ିବାକୁ ପନ୍ନୁ ଧମକ ଦେଇଥିଲା।

Khalistan

Khalistan

Advertisment

ଖଲିସ୍ତାନୀ ଆତଙ୍କବାଦୀ ଗୁରପାତୱନ୍ତ ସିଂହ ପନ୍ନୁ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ ତଦନ୍ତକାରୀ ସଂସ୍ଥା। ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସର ମୁଖ୍ୟ ପନ୍ନୁ କାନାଡାରେ ରହି ଭାରତ ବିରୋଧରେ ମସୁଧା କରୁଥିଲା। ଏଥିସହ ପଞ୍ଜାବରେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ସେ ଲିପ୍ତ ଥିଲା।

Advertisment

ଏବେ ସେ କାନାଡାରେ ରହୁଥିବା ଭାରତୀୟ ହିନ୍ଦୁଙ୍କୁ ସ୍ୱଦେଶ ଫେରିଯିବାକୁ ଧମକ ଦେବା ପରେ ଆକ୍ସନ ମୋଡକୁ ଆସିଛି ଏନଆଇଏ। ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପଞ୍ଜାବର ଚଣ୍ଡିଗଡ଼ରେ ଥିବା ପନ୍ନୁର ଘରକୁ ବାଜ୍ୟାପ୍ତ କରିଛି। ସେହିପରି ଅମୃତସରରେ ତା’ ନାଁରେ ଥିବା ଜମିକୁ ମଧ୍ୟ ସରକାର ନିଜ ମାଲିକାନାକୁ ଆଣିଛନ୍ତି। ୩ ଦେଶଦ୍ରୋହୀ ମାମଲା ସହ ପନ୍ନୁ ନାଁରେ ମୋଟ ୨୨ଟି ଅପରାଧିକ ମାମଲା ପଞ୍ଜାବରେ ରହିଛି। ଏହାକୁ ଆଧାର କରି ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବାଜ୍ୟାପ୍ତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ପନ୍ନୁର ପୈତୃକ ଗାଁ ଖାନକୋଟରେ ଥିବା ୪୬ କାନାଲ ଚାଷ ଜମି ରହିଛି। ଚଣ୍ଡିଗଡ଼ର ସେକ୍ଟର ୧୫ ସିରେ ମଧ୍ୟ ତା’ର ଗୋଟିଏ ଘର ରହିଥିଲା। ଏବେ ଏଗୁଡ଼ିକୁ ସରକାର ନିଜ ମାଲିକାନାକୁ ନେଇଛନ୍ତି। ଭାରତରେ ପନ୍ନୁ ଜମି ଅଧିକାର ହରାଇଛି। ୨୦୨୦ରେ ତା’ର ସମ୍ପତ୍ତିଗୁଡ଼ିକୁ ସିଜ୍‌ କରାଯାଇଥିଲା। ଏହାର ଅର୍ଥ ସେ ଏହାକୁ ବିକ୍ରି କରିବାର ଅଧିକାର ହରାଇଥିଲା।

Advertisment

ଏନଆଇଏ କହିଛି ଯେ ଆତଙ୍କବାଦ ଓ କାନାଡା ସମେତ ବିଦେଶରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ଏହା ବୁଷ୍ଟ ଯୋଗାଇବ। ସମ୍ପତ୍ତି ଅଧିଗ୍ରହଣ କରିବା ପାଇଁ ମୋହାଲିର ଏସଏଏସ ନଗରରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ସମ୍ପତ୍ତିଗୁଡ଼ିକ ସରକାରଙ୍କ ଖାତକୁ ଚାଲି ଯାଇଛି।”

ଭାରତ ଓ କାନାଡା ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିହଂ ନିଜାର୍‌ର ହତ୍ୟାକୁ ନେଇ କୂଟନୀତିକ ଯୁଦ୍ଧ ଚାଲିଛି। ଏସବୁ ଭିତରେ ପନ୍ନୁ ଗୋଟିଏ ଭିଡିଓ ଜାରି କରି ଇଣ୍ଡୋ-କାନାଡିଆନ ହିନ୍ଦୁମାନଙ୍କୁ ତୁରନ୍ତ କାନାଡା ଛାଡ଼ିବାକୁ ପନ୍ନୁ ଧମକ ଦେଇଥିଲା। ଏଥିସହ ଖଲିସ୍ତାନ ସପକ୍ଷବାଦୀ ଶିଖମାନେ କାନାଡା ପ୍ରତି ବିଶ୍ୱସ୍ତ ବୋଲି ମଧ୍ୟ ସେ କହିଥିଲା। ଏହାପରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୨୦୨୦ ଜୁଲାଇରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିଥିଲା। ଏହାପରେ ଇଣ୍ଟରପୋଲକୁ ପନ୍ନୁ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଅନୁରୋଧ କରିଥିଲା। କିନ୍ତୁ ଇଣ୍ଟରପୋଲ ଉପଯୁକ୍ତ ପ୍ରମାଣ ଅଭାବରୁ ଦୁଇ ଥର ଭାରତର ଅନୁରୋଧକୁ ଅଗ୍ରାହ୍ୟ କରିଛି। ୨୦୧୯ରୁ ପନ୍ନୁ ଏନଆଇଏ ରାଡାରରେ ରହିଛି। ହେଲେ ସେ କାନାଡାରେ ଥିବାରୁ ତାକୁ ଧରିବାକୁ ଏଯାଏ ଭାରତ ସରକାର ସକ୍ଷମ ହୋଇ ନାହିଁ।

Punjab Khalistan Khalistan Supporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe