Advertisment

ଜଗନ୍ନାଥପ୍ରସାଦ ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା।

Jail

Jail

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ହାଜତ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୂର୍ବରୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବା ହେତୁ ଅବଶିଷ୍ଟ ପାଞ୍ଚଲକ୍ଷ ପଚାଶ ହଜାର ଟଙ୍କା ୨ ମାସ ମଧ୍ୟରେ ଦେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

Advertisment

୨୦୧୫ ମସିହା ଜୁନ ୮ ତାରିଖରେ ପଟାଧାର ଗ୍ରାମର ଗୌରହରି ସ୍ୱାଇଁଙ୍କୁ ଏକ ଚୋରି ମାମଲାରେ ପଚରାଉଚରା କରିବାକୁ ଜଗନ୍ନାଥପ୍ରସାଦ ପୁଲିସ ଥାନାକୁ ନେଇଥିଲେ । କିନ୍ତୁ ହାଜତରେ ଶାରୀରିକ ନିର୍ଯାତନା ଯୋଗୁଁ ପରଦିନ ଅର୍ଥାତ୍ ଜୁନ ୯ ତାରିଖରେ ତାଙ୍କର ମୃତ୍ୟ ହୋଇଥିବା ଅଭିଯୋଗ ହୋଇଥିଲା।

ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ପୁଲିସ ବିଭାଗର ମାନବାଧିକାର ସୁରକ୍ଷା ସେଲ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ୧୧.୦୨.୨୦୨୩ରେ ଚାର୍ଜସିଟ୍ ଦାଖଲ କରିଥିଲେ। ପୁଣି ଭଞ୍ଜନଗର ବିଚାରବିଭାଗୀୟ ମାଜିଷ୍ଟ୍ରେଟ ମଧ୍ୟ ତଦନ୍ତ କରି ଗୌରହରି ସ୍ଵାଇଁଙ୍କ ମୃତ୍ୟୁ ଏକ ହାଜତ ମୃତ୍ୟୁ ବୋଲି ଦର୍ଶାଇଛନ୍ତି। ଏସବୁ ତଥ୍ୟକୁ ଭିତ୍ତି କରି ଶ୍ରୀଯୁକ୍ତ ଅସୀମ ଅମିତାଭ ଦାସ ଓ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ନେଇ ଗଠିତ ଓଡିଶା ମାନବାଧିକାର କମିସନଙ୍କ ଏକ ଖଣ୍ଡପୀଠ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe