Advertisment

YouTube ଦେଖି ଗଲ୍ ବ୍ଲାଡର ଅପରେସନ, ନାବାଳକ ମୃତ

ଗଲ୍ ବ୍ଲାଡର ଷ୍ଟୋନ୍ ଅପରେସନ ସମୟରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି।

author-image
Debibandita Barick
Operation

Operation

ଗଲ୍ ବ୍ଲାଡର ଷ୍ଟୋନ୍ ଅପରେସନ ସମୟରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ନକଲି ଡାକ୍ତର ୟୁଟ୍ୟୁବ୍ ଦେଖି ଅପରେସନ କରୁଥିବା ସମୟରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବିହାରର ସରାନ ଜିଲ୍ଲାରେ ଘଟିଛି ଏହି ଅଘଟଣ।

Advertisment

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ନାବଳକଙ୍କୁ ବାନ୍ତି ଏବଂ ପେଟ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଅଜିତ କୁମାର ପୁରୀଙ୍କ ଦ୍ୱାରା ପରିଚାଳିତ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପୁରୀ ବିନା ପରୀକ୍ଷା ନୀରିକ୍ଷା କିମ୍ବା ପରିବାର ବର୍ଗଙ୍କ ଅନୁମତି ନ ନେଇ ଅପରେସନ ଆରମ୍ଭ କରି ଦେଇଥିଲେ।

ୟୁଟ୍ୟୁବ୍ ଦେଖି ଅସ୍ତ୍ରୋପଚାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକେ କହିଛନ୍ତି ଯେ, ଅପରେସନ ସମୟରେ ପୁଅର ଅବସ୍ଥା ବିଗିଡି ଯାଇଥିଲା। ସେମାନେ ପ୍ରତିବାଦ କରିବାରୁ ପୁରୀ ସେମାନଙ୍କ ଉପରେ ପାଟିତୁଣ୍ଡ କରି 'ମୁଁ ଡାକ୍ତର ନା ତୁମେ?' କହିଥିଲେ। 

Advertisment

ଏହାପରେ ପିଲାଟିର ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ପାଟନା ସ୍ଥାନାନ୍ତର କରିବାକୁ କହିଥିଲେ ଅଜିତ କୁମାର ପୁରୀ। ମାତ୍ର ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।

ଏଥିପାଇଁ ପରିବାର ଲୋକେ ନିଜକୁ ଡାକ୍ତର କହୁଥିବା ଅଜିତ କୁମାରଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି। ଅଜିତ କୁମାର ଜଣେ ନକଲି ଡାକ୍ତର, ସେ ୟୁଟ୍ୟୁବ୍ ଦେଖି ଅପରେସନ କରୁଥିବାରୁ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ସହ ଏନେଇ ଥାନାରେ ଏତଲା ଦେଇଛନ୍ତି। 

ପୁଲିସ ଅଭିଯୋଗ କ୍ରମେ ଅଜିତ କୁମାର ପୁରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଅଜିତ କୁମାର ଫେରାର୍ ହୋଇ ଯାଇଥିବାରୁ ଟିମ୍ ଗଠନ କରି ଖୋଜାଖୋଜି କରୁଛି ପୁଲିସ। 

Fake Doctor Bihar Police Surgery YouTube Video