Advertisment

ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ

ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।

ଅଦ୍ୟତନ ହୋଇଛି
Fraudsters Arrested

Fraudsters Arrested

Advertisment

ଛୁଆ ପିଲା ନଥିବା ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ୫ ଲକ୍ଷ ମଙ୍କା। ଏମିତି ଅଫର ଦେଇ ଅଭିନବ ଉପାୟରେ ସାଧାରଣ ଲୋକଙ୍କୁ ଠକୁଥିବା ଏକ ଠକ ଗ୍ୟାଙ୍ଗକୁ ଧରିଛି ବିହାର ପୁଲିସ। କେବଳ ବିହାର ନୁହେଁ, ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏହାର ପର୍ଦ୍ଦାଫାସ କରି ଏଥିରେ ସଂପୃକ୍ତ ତିନିଜଣ ଠକଙ୍କୁ ଗିରଫ କରିଛି ବିହାର ପୁଲିସ।

Advertisment

ଏହି ଗ୍ୟାଙ୍ଗ୍ ସରଳ ଲୋକଙ୍କୁ ଫସାଇବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେମାନେ 'ଅଲ୍ ଇଣ୍ଡିଆ ପ୍ରେଗନାଣ୍ଟ ଜବ୍ (ବେବି ବର୍ଥ ସର୍ଭିସ୍)' ଓ 'ପ୍ଲେ ବୟ ସର୍ଭିସ୍' ଭଳି ଅନଲାଇନ୍ ପ୍ଲାଟଫର୍ମ ଆରମ୍ଭ କରି ଏହାରି ଜରିଆରେ ବିଭିନ୍ନ ରାଜ୍ୟରୁ ଲୋକଙ୍କୁ ଫସାଉଥିଲେ। ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଉଛନ୍ତି ବିହାର ନାୱଡା ଜିଲ୍ଲାର ପ୍ରିନ୍ସ ରାଜ, ଭୋଳା କୁମାର ଓ ରାହୁଲ କୁମାର। ବିଭିନ୍ନ ରାଜ୍ୟରେ ଏମାନଙ୍କ ଠକେଇର ଶିକାର ହୋଇଥିବା ପୀଡ଼ିତମାନଙ୍କ ସହ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜୁଛି ପୁଲିସ।

ପୁଲିସ୍ କହିବା ଅନୁସାରେ ଏହି ଠକମାନେ ଫୋନ କଲ୍ ଓ ହ୍ୱାଟ୍ସଆପ୍ ଜରିଆରେ ସାଧାରଣ ଲୋକଙ୍କୁ ଫସାଉଥିଲେ। ବିଶେଷ କରି ବେକାରୀ ଯୁବବର୍ଗ ଏମାନଙ୍କ ଟାର୍ଗେଟରେ ଥିଲେ। ସେମାନଙ୍କୁ ଯୋଗାଯୋଗ କରି ରୋଜଗାର କରିବାର ଅଫର ଦେଉଥିଲେ। ବିଶେଷ କରି ଯେଉଁ ମହିଳାମାନଙ୍କର ଛୁଆପିଲା ହେଉନାହିଁ, ସେମାନଙ୍କୁ ଗର୍ଭବତୀ କରାଇଲେ ୫ ଲକ୍ଷ ଟଙ୍କା ମିଳିବ ବୋଲି ଦେଉଥିଲେ ଅଫର। ଏତିକି ନୁହେଁ, ଯଦି ଏଥିରେ କେହି ବିଫଳ ହୁଅନ୍ତି, ସେମାନଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ମଧ୍ୟ କୁହାଯାଉଥିଲା। ଯଦି ଏମାନଙ୍କ ଜାଲରେ କେହି ଫସିଲା, ତେବେ ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା। ଏହାପରେ ଏମାନେ ଆଉ ଧରାଛୁଆଁ ଦେଉନଥିଲେ। ପୀଡ଼ିତମାନେ ମଧ୍ୟ ଲାଜରେ କାହାକୁ କିଛି କହିପାରୁନଥିଲେ।

Advertisment

ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ନିକଟରୁ ଛ'ଟି ସ୍ମାର୍ଟଫୋନ ଜବତ କରିଛି ପୁଲିସ। ଏହି ଫୋନ ଗୁଡ଼ିକରୁ କଲ୍ ତାଲିକା, ହ୍ୱାଟ୍ସଆପ୍ ଫଟୋ, କଲ୍ ରେକର୍ଡିଂ ଓ ଆକାଉଣ୍ଟ ଟ୍ରାନଜାକ୍ସନ ତଥ୍ୟ ବାହାର କରିବା ପରେ ସାରା ଦେଶରେ ଏହି ନେଟୱର୍କର ପର୍ଦ୍ଦାଫାଶ କରିବାକୁ ପୁଲିସ ପ୍ରୟାସ ଆରମ୍ଭ କରିଛି।

Playboy Service Baby Birth Service All India Pregnant Job Online Fraud Crime Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe