Advertisment

ବାଲ୍ୟ ବିବାହ ଅଭିଯୋଗରେ ପୁଲିସ ହେପାଜତରେ ଥିବା ଦମ୍ପତିଙ୍କ ଆତ୍ମହତ୍ୟା, ଥାନା ଜାଳିଦେଲେ ଗ୍ରାମବାସୀ

ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ବ୍ୟକ୍ତି ୧୪ ବର୍ଷର ଶାଳିକୁ ବିବାହ କରିବାରୁ ଅଟକ ରଖିଥିଲା ପୁଲିସ।

author-image
Debibandita Barick
Fire In Police Station

Fire In Police Station

ବିହାରର ଏକ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଜାଳି ଦେଇଛନ୍ତି ଗ୍ରାମବାସୀ। ଏକ ନବ ଦମ୍ପତି ଜେଲରେ ଆତ୍ମହତ୍ୟା କରିବା ପରେ ଉତ୍ୟକ୍ତ ଲୋକେ ଥାନା ଜାଳି ଦେଇଥିବା ସୂଚନା ମିଳିଛି।

Advertisment

ଖବର ଅନୁସାରେ, ତାରାବରୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ୧୪ ବର୍ଷର ଶାଳିକୁ ବିବାହ କରିଥିଲେ। ଦୁଇ ଦିନ ତଳେ ସେମାନଙ୍କ ବିବାହ ହୋଇଥିଲା। ଭାରତୀୟ ଆଇନ ଅନୁସାରେ ୧୮ ବର୍ଷରୁ କମ୍ ବୟସରେ ବିବାହ ବେଆଇନ ଦର୍ଶାଇ ପୁଲିସ ଉଭୟଙ୍କୁ ଅଟକ ରଖିଥିଲା।

ସ୍ଥାନୀୟ ଲୋକ କହିଛନ୍ତି ଯେ, ସେମାନଙ୍କ ବାହାଘର ସରୁ ସରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥାନାକୁ ନେଇଯାଇଥିଲା। ସେଠାରେ ପୁଲିସ ମାଡ଼ ମାରିବା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। 

Advertisment

ଏହି ଘଟଣା ପରେ ଗ୍ରାମବାସୀ ତାରାବରୀ ପୁଲିସ ଷ୍ଟେସନକୁ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏହାପରେ ଗ୍ରାମବାସୀ ଥାନାରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଅତି କମରେ ପାଞ୍ଚ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।   

ଖବର ପାଇ ସଦର ଏସଡିପିଓ ରାମପୁକର ସିଂହଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିନ୍ତୁ ଘଟଣା ବାବଦରେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ। 

Bihar News Man Die In Custody