Advertisment

ଟ୍ରେନ୍‌ ଭିତରେ ଫୁଟିଲା ଗୁଳି, ଯାତ୍ରୀ ଆହତ

ଦରଭଙ୍ଗାରୁ ଅମୃତସର ଯାଉଥିବା ଜନନାୟକ ଏକ୍ସପ୍ରେସ ଟ୍ରେନ୍‌ରେ ଫୁଟିଲା ଗୁଳି।

Loot In Train

Loot In Train

Advertisment

ଏକ୍ସପ୍ରେସ ଟ୍ରେନ୍‌ ଭିତରେ ଫୁଟିଲା ଗୁଳି। ଲୁଟ୍‌ କରିବାକୁ ଆସିଥିବା ଅପରାଧୀମାନେ ଖେଳାଇଲେ ଆତଙ୍କ। ଯାତ୍ରୀଙ୍କ ଠାରୁ ଛଡାଇ ନେଲେ ଟଙ୍କା ସୁନା। ଏହାକୁ ବିରୋଧ କରିବାରୁ ଯାତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଦରଭଙ୍ଗାରୁ ଅମୃତସର ଯାଉଥିବା ଜନନାୟକ ଏକ୍ସପ୍ରେସ ଟ୍ରେନ୍‌ରେ।

Advertisment

କର୍ପୁରୀ ଗାଁର ଷ୍ଟେସନରେ କିଛି ଦୁର୍ବୃତ୍ତ ଟ୍ରେନ୍‌ ଭିତରେ ପଶି ଲୁଟପାଟ କରିଥିଲେ। ଏହି ସମୟରେ ଜଣେ ଯାତ୍ରୀ ଏହାକୁ ବିରୋଧ କରିଥିଲେ। ବାସ୍‌ ଏତିକି ଦୁର୍ବୃତ୍ତମାନେ ରାଗି ଯାଇ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଯାତ୍ରୀ ଜଣକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଟ୍ରେନ୍‌ଟି କର୍ପୁରୀଗ୍ରାମ ରେଲଓ୍ୱେ ଷ୍ଟେସନରେ ଏକ ଘଣ୍ଟା ଯାଏଁ ଠିଆ ହୋଇ ରହିଥିଲା।

ପୁଲିସ ସୂଚନା ମୁତାବକ, ଆହତ ଛାତ୍ର ଜଣକ ବେତିଆ ଜିଲ୍ଲାର ମିଟ୍ଟୁ କୁମାର ବୋଲି ଜଣାପଡିଛି। ଗୁଳିମାଡ଼ ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀ କହିଛନ୍ତି ଯେ ସେ ଦରଭଙ୍ଗାରୁ ଅମୃତସର ଯିବା ପାଇଁ ଜନନାୟକ ଏକ୍ସପ୍ରେସର ଜେନେରାଲ ବଗିରେ ବସିଥିଲେ। ଏହି ସମୟରେ କର୍ପୁରିଗ୍ରାମ ଷ୍ଟେସନ ନିକଟରେ ଟ୍ରେନ୍‌ ଭିତରକୁ ଦୁଇଜଣ ଅପରାଧୀ ପଶି ଆସି ଲୁଟ୍ କରିବା ଆରମ୍ଭ କରିଥିଲେ। ଆତଙ୍କ ଖେଳାଇବା ଲକ୍ଷ୍ୟ ନେଇ ଗୁଳି ବିନିମୟ ମଧ୍ୟ କରାଯାଇଥିଲା।

Advertisment

ଏତିକି ବେଳେ ମିଟ୍ଟୁ ସାହାଙ୍କ ବାମ ଗୋଡରେ ଗୁଳି ବାଜିଥିଲା। ଏହି କାରଣରୁ ସେ ଗୁରୁତର ଆହତ ହୋଇଥିଲେ। ଅପରାଧୀମାନେ ତାଙ୍କ ମୋବାଇଲ୍ ଏବଂ ଟଙ୍କା ମଧ୍ୟ ଲୁଟ୍ କରି ନେଇଛନ୍ତି। କେବଳ ସେତିକି ନୁହେଁ ଅନ୍ୟ ଯାତ୍ରୀଙ୍କ ଜିନିଷପତ୍ର ଓ ଟଙ୍କା ମଧ୍ୟ ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

Loot In Train Shootout At Train Jannayak Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe