Advertisment

ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଆମ୍ୱୁଲାନ୍ସରୁ ମିଳିଲା ମୃତଦେହ

ହସ୍ପିଟାଲରେ ନର୍ସଙ୍କୁ ଦୁଷ୍କର୍ମ କରି ହତ୍ୟା କଲେ ସହକର୍ମୀ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ସହକର୍ମୀଙ୍କ ମଧ୍ୟରେ ଜଣେ ଡାକ୍ତର ଓ କମ୍ପାଉଣ୍ଡର୍ ମଧ୍ୟ ରହିଛି।

author-image
Debibandita Barick
Representative Image

Representative Image

ହସ୍ପିଟାଲରେ ନର୍ସଙ୍କୁ ଦୁଷ୍କର୍ମ କରି ହତ୍ୟା କଲେ ସହକର୍ମୀ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ସହକର୍ମୀଙ୍କ ମଧ୍ୟରେ ଜଣେ ଡାକ୍ତର ଓ କମ୍ପାଉଣ୍ଡର୍ ମଧ୍ୟ ରହିଛି। ବିହାର ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ମାଆ ଏନେଇ ଡାକ୍ତରଙ୍କ ସମେତ 5 ଜଣଙ୍କ ନାମରେ ଏତଲା ଦେଇଛନ୍ତି। 

Advertisment

ପୀଡିତାଙ୍କ ମାଆଙ୍କ କହିବା ଅନୁଯାୟୀ, ତାଙ୍କ ଝିଅଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ 4 ବର୍ଷର ପୁଅକୁ ନେଇ ବାପଘରେ ରହୁଥିଲେ। ତାଙ୍କର ଏପରି ପରିସ୍ଥିତି ଦେଖି ମନ୍ତୋଷ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କୁ ଏକ ହସ୍ପିଟାଲରେ କାମ କରିବାକୁ କହିଥିଲେ। ମନ୍ତୋଷ ଡାକ୍ତର ଜୟପ୍ରକାଶ ଦାସଙ୍କ ସହ ମିଶି ଏକ ନର୍ସିଂହୋମ ପରିଚାଳନା କରୁଥିଲେ। ସେହି ହସ୍ପିଟାଲରେ ହିଁ ଝିଅକୁ କାମ କରିବାକୁ ଅଫର୍ ଦେଇଥିଲେ। ଘରେ ଆର୍ଥିକ ଆବଶ୍ୟକତା ଥିବାରୁ ସେ ହସ୍ପିଟାଲରେ କାମ କରିବାକୁ ଯାଇଥିଲା। 

କିନ୍ତୁ ହସ୍ପିଟାଲ ଯିବା ପରେ ସେ ସେଠାରେ କାମ କରିବେନି ବୋଲି ସିଧା ସିଧା ମନା କରି ଦେଇଥିଲା। କାରଣ ପଚାରିବାରୁ, ଡାକ୍ତର ଓ ଅନ୍ୟମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଏବଂ ତାଙ୍କୁ ହଇରାଣ କରୁଥିବା କହିଥିଲେ। ଏସବୁ କାରଣରୁ ସେ ହସ୍ପିଟାଲ ଯାଇନଥିଲେ। କିଛି ଦିନ ପରେ ଜୟପ୍ରକାଶ ଏବଂ ମନ୍ତୋଶ କୁମାର ଘରକୁ ଆସି କ୍ଷମା ମାଗିଥିଲେ ଏବଂ ତାଙ୍କୁ ଭଲ ଦରମା ଦିଆଯିବା କାମକୁ ପଠାନ୍ତୁ ବୋଲି କହିଥିଲେ। 

Advertisment

ପୀଡିତାଙ୍କ ମାଆ କହିଛନ୍ତି ଯେ, ତାଙ୍କ ଝିଅ ଅଗଷ୍ଟ 8 ରେ ନର୍ସିଂହୋମକୁ ଯାଇ ଫେରି ନଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ଭଲନଥିବା ଏବଂ ସେ ମୁଜାଫରପୁରର ଏକ ହସ୍ପିଟାଲରେ ଥିବା କହିଥିଲେ ଜୟପ୍ରକାଶ। କିନ୍ତୁ ହସ୍ପିଟାଲରେ ଝିଅ ନଥିଲା। ବହୁ ଖୋଜାଖୋଜି କରିବା ପରେ ଏକ ଆମ୍ୱୁଲାନ୍ସରୁ ଝିଅର ମୃତଦେହ ଉଦ୍ଧାର ହୋଇଛି। ଏନେଇ ମୃତ ମହିଳାଙ୍କ ମାଆ ଡାକ୍ତର ସମେତ 5 ଜଣଙ୍କ ନାମରେ ଏତଲା ଦେଇଛନ୍ତି। ପୁଲିସ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ଗିରଫ ହେବେ ବୋଲି ଏସପି କହିଛନ୍ତି।  

Nurse Gangrape Gangrape Murder Bihar Gangrape News