Advertisment

ଗୁଳି କରି ହତ୍ୟା କଲେ, ପରେ ପୂଜାରୀଙ୍କ ଆଖି ତାଡ଼ି ନେଲେ

ପୁରୋହିତ ମନୋଜ କୁମାରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଗୁଳି କରିବା ପରେ ଅପରାଧୀମାନେ ତାଙ୍କ ଆଖି ବାହାର କରି ତାଙ୍କ ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦେଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ପୁଲିସ ଉପରକୁ ପଥରମାଡ଼ କରିଛନ୍ତି।

Tension in Bihar village

Tension in Bihar village

Advertisment

ପୂଜାରୀଙ୍କୁ ଗୁଳି କରି ହତ୍ୟା କଲେ। ପରେ ଦୁଇ ଆଖି ତାଡି ନେଲେ। କେବଳ ସେତିକି ନୁହେଁ ମୃତଦେହକୁ ବୁଦା ମୂଳେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ।ପୂଜାରୀଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଅଞ୍ଚଳରେ।

Advertisment

ବିହାର ଗୋପାଳଗଞ୍ଜର ଦାନାପୁର ଗାଁ। ଏଠାରେ ରହୁଥିବା ମନୋଜ କୁମାର ନିଜ ଘରଠାରୁ ଏକ କିଲୋମିଟର ଦୂରରେ ଥିବା ଶିବ ମନ୍ଦିରରେ ପୁରୋହିତ ଥିଲେ। ପ୍ରାୟ ୬ ଦିନ ପୂର୍ବେ ସେ ଘରୁ ମନ୍ଦିରକୁ ଯାଇ ପୂଜାପାଠ କରି ହଠାତ୍ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପୁରୋହିତଙ୍କ ବିଷୟରେ କୌଣସି ସୂଚନା ମିଳିନଥିଲା। ଏହାପରେ ପୋଲିସରେ ସୂଚନା ଦିଆଯାଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ​​କିନ୍ତୁ ମନୋଜଙ୍କ କୌଣସି ସୁରାଗ ପାଇପାରି ନଥିଲା।

ଶନିବାର ଦିନ ହଠାତ ନିଖୋଜ ପୁରୋହିତ ମନୋଜଙ୍କ ମୃତଦେହ ଗାଁର ଏକ ବୁଦାମୂଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇ ହଙ୍ଗାମା ଆରମ୍ଭ କରିଦେଇଥିଲେ। କ୍ରୋଧିତ ଲୋକମାନେ ପୁଲିସର ଅବହେଳା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟି ଥିବା ଅଭିଯୋଗ ଆଣିଥିଲେ। ଜାତୀୟ ରାଜପଥ ଅବରୋଧ କରିବା ସହ ପୋଡାଜଳା କରିଥିଲେ। ଏପରିକି ପୁଲିସ ଉପରକୁ ପଥରମାଡ଼ ମଧ୍ୟ କରିଥିଲେ। ଏଥିରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରେ ସ୍ଥିତିକୁ ଆୟତ୍ତ କରିବାକୁ ଯାଇ ପୁଲିସ ଫାଙ୍ଗା ଗୁଳିମାଡ଼ କରିଥିଲା।

Advertisment

ପୁଲିସ ସୂଚନା ମୁତାବକ, ପୁରୋହିତ ମନୋଜ କୁମାରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ମନୋଜଙ୍କୁ ଗୁଳି କରିବା ପରେ ଅପରାଧୀମାନେ ତାଙ୍କ ଆଖି ବାହାର କରି ତାଙ୍କ ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦେଇଛନ୍ତି। ତେବେ ହତ୍ୟାକାରୀ କିଏ ଏବଂ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ। ପୂରା ମାମଲାର ତଦନ୍ତ ଜାରି ରହିଛି।

Murder Bihar Police Temple Priests
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe