Advertisment

ବିଜୟ ଶଙ୍କରଙ୍କ ଅଡୁଆ ବଢ଼ିଲା; ହାଇକୋର୍ଟ ଗଲେ ସୋମାଲିକା

ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ ଗତ ୨୧ ତାରିଖରେ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ଅଦ୍ୟତନ ହୋଇଛି
Somalika

Somalika

Advertisment

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିଲା । ନିଜ ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ନିମନ୍ତେ କରିଥିବା ଆବେଦନକୁ ତାଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଆଜି ଗ୍ରହଣ କରିଛନ୍ତି । ବିଜେଡି ବିଧାୟକ ବିଜୟଶଙ୍କର ନିଜର ପୁରୁଣା ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ନିମନ୍ତେ ଆବେଦନ କରି ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲେ । ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ବିଜୟଶଙ୍କରଙ୍କ ବିବାହକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Advertisment

ସୂଚନା ଅନୁସାରେ, ବିଜୟଶଙ୍କରଙ୍କ ବିବାହ ଆବେଦନକୁ ଚ୍ୟାଲେଞ୍ଜ କରି ସୋମାଲିକା ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟ ତାଙ୍କର ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ସୋମାଲିକା ନିଜର ଓକିଲ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ମାଧ୍ୟମରେ ଆବେଦନ କରିଛନ୍ତି । ଏହି ମାମଲାରେ ସୋମାଲିକା କଟକ ଜିଲ୍ଲା ସବରେଜିଷ୍ଟ୍ରାର ତଥା ମ୍ୟାରେଜ୍ ଅଫିସରଙ୍କୁ ପକ୍ଷଭୁକ୍ତ କରିଛନ୍ତି । ସୋମାଲିକା ଚଳିତମାସ ପ୍ରଥମ ସପ୍ତାହରେ ମ୍ୟାରେଜ୍ ଅଫିସରଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନକୁ ବିରୋଧ କରି ଲିଖିତ ଅଭିଯୋଗ କରିଥିଲେ । ଏହାସହିତ ଥାନାରେ ମଧ୍ୟ ବିଜୟଶଙ୍କରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ପୂର୍ବରୁ ଚଳିତବର୍ଷ ଜାନୁୟାରୀ ମାସରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୁଲିସ ସୋମାଲିକାଙ୍କ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା ।

ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଗତ ସେପ୍ଟେମ୍ବର ୨୧ତାରିଖରେ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଯାହା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ସୋମାଲିକା ଏହାକୁ ଜୋରଦାର ବିରୋଧ କରିଥିଲେ । ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜୟଶଙ୍କରଙ୍କ ବିବାହକୁ ସେ ବିରୋଧ କରିବେ ବୋଲି ସୂଚନା ଦେଇଥିଲେ । ଏବେ ହାଇକୋର୍ଟରେ ମାମଲା ରୁଜୁ ହେବାପରେ ବିଜୟଶଙ୍କରଙ୍କ ବିବାହକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Advertisment

ସୂଚନାଯୋଗ୍ୟ,ବିଧାୟକ ବିଜୟଶଙ୍କର ଗତବର୍ଷ ମେ’ ୧୭ତାରିଖରେ ନିଜର ଦୀର୍ଘଦିନର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଥିଲେ । କିନ୍ତୁ ଏକମାସର ନୋଟିସ୍ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇନଥିଲେ । ଯାହାକୁ ନେଇ ସୋମାଲିକା ଜଗତସିଂହପୁର ଥାନାରେ ବିଜୟଶଙ୍କରଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା, ପ୍ରତାରଣା, ଦୁଷ୍କର୍ମ ଆଦି ମାମଲା ରୁଜୁ କରିଛନ୍ତି । ପୁଲିସ ଏହି ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାବେଳେ ବିଜୟଶଙ୍କର ନିଜର ଟ୍ୟୁସନ ସାରଙ୍କ ପତ୍ନୀ ତଥା ସହପାଠୀ ପ୍ରତ୍ୟୁଷାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇ କଟକ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଛନ୍ତି । ପ୍ରତ୍ୟୁଷା ପୂର୍ବରୁ ବିବାହିତା ଓ ତାଙ୍କର ୬ବର୍ଷ ବୟସର ପୁଅ ଅଛି । ସେ ତାଙ୍କ ପ୍ରଥମ ପତିଙ୍କଠୁ ଇତିମଧ୍ୟରେ ଛାଡ଼ପତ୍ର ନେଇସାରିଛନ୍ତି । 

ରିପୋର୍ଟର- ଭୁବନେଶ୍ୱରରୁ ପ୍ରକାଶ ସେଠୀ/ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା

BjD Jagatsinghpur MLA Bijay Shankar's
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe