Advertisment

ଅନ୍ୟର ଗାଡ଼ି ଜଗୁଥିଲେ, ନିଜ ଗାଡ଼ି ଚୋରି ହୋଇଗଲା

ଏହି ଚୋରିର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ।

author-image
Jitendra Garnayak
Bike Loot

Bike Loot

ଅନ୍ୟର ଗାଡ଼ି ଜଗୁଥିଲେ। କିନ୍ତୁ ନିଜ ଗାଡ଼ି କେତେବେଳେ ଚୋରି ହୋଇଗଲା, ଜାଣିପାରିଲେନି। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହିତ ଘଟିଛି ଏହି ଘଟଣା।

Advertisment

ଏହି ସିକ୍ୟୁରିଟି ଗାର୍ଡ ଜଣଙ୍କ ହେଉଛନ୍ତି ବଲାଙ୍ଗିର ସଦର ଥାନା କୁଶମେଲ ଗାଁର ରଂଜିତ ଚନ୍ଦନ। ତାଙ୍କ କହିବା କଥା, ହସପିଟାଲ ପରିସରରେ ବାଇକ ଥୋଇ ଡ୍ୟୁଟି କରୁଥିଲେ। ହସ୍ପିଟାଲ ଭିତରେ ଓ ବାହାରେ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ଡ୍ୟୁଟି କରୁଥିଲେ। କିନ୍ତୁ ସମସ୍ତଙ୍କୁ ଚକମା ଦେଇ ତାଙ୍କ ବାଇକ ନେଇ ଚମ୍ପଟ ମାରିଲା ଚୋର।

ଚୋର ଗାଡ଼ିଟିକୁ ଗଡ଼ାଇ ଗଡ଼ାଇ ନେଇ ଯାଉଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ଦେଖିଛନ୍ତି। କିନ୍ତୁ ସେ ବି କିଛି ପଚାରି ନାହାନ୍ତି। ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ।

Advertisment

ଗାଡ଼ି ଚୋରି ସଂପର୍କରେ ସିକ୍ୟୁରିଟି ଗାର୍ଡ ରଂଜିତ ଚନ୍ଦନ ସନ୍ଧ୍ୟାରେ ଜାଣିଥିଲେ। ଏହାପରେ ସାଥୀ ସୁରକ୍ଷାକର୍ମୀଙ୍କ ସହିତ ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।

ପୂର୍ବରୁ ହସପିଟାଲ ପରିସରରୁ ବାରମ୍ବାର ବାଇକ ଚୋରି ନେଇ ଅଭିଯୋଗ ହେଉଥିଲା। ଆଉ ଆଜି କ୍ୟାମ୍ପସରେ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ବାଇକ୍ ଚୋରି ଘଟଣା, ବଲାଙ୍ଗିରରେ ଚର୍ଚ୍ଚାରେ ବିଷୟ ହୋଇଛି। ପୁଲିସ ସଂପୃକ୍ତ ବାଇକ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Loot