Advertisment

ପୁରୁଣା ଗାଡ଼ି କିଣୁଛନ୍ତି କି? ହୁସିଆର୍‌! ରାଜଧାନୀରେ ମାତିଛନ୍ତି ବାଇକ୍‌ ଚୋର

କମିଶନରେଟ୍‌ ପୁଲିସ୍‌ ହାତରେ ଧରାପଡ଼ିଥିବା ୪ ଅଭିଯୁକ୍ତ ହେଲେ ନୟାଗଡ ଅଞ୍ଚଳର କ୍ରିଷ୍ଣା ଦାସ, ପ୍ରଭାତ କୁମାର ନାୟକ, ରମେଶ ପୃଷ୍ଟି ଓ କନ୍ଧମାଳର ଛିକୁଣ୍ଟା ନାୟକ। ପୁଲିସ ସେମାନଙ୍କଠାରୁ ୩୫ଟି ଚୋରା ବାଇକ ଜବତ କରିଛି।

BBSR

Bike Lootera

Advertisment

ପୁରୁଣା ଗାଡ଼ି କିଣୁଛନ୍ତି କି? ହୁସିଆର୍‌! ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ବାଇକ୍‌ ଚୋର। ଆଖି ପିଛୁଳାକେ ସପିଂ ମଲ୍, ହାଟ ଓ ମାର୍କେଟ୍‌ରୁ ବାଇକ୍‌ ଚୋରି କରି ନେଉଛନ୍ତି। ପରବର୍ତ୍ତୀ ସମୟରେ ସେହି ଗାଡ଼ିର ନକଲି କାଗଜପତ୍ର ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି କରି ଗ୍ରାମାଞ୍ଚଳରେ ବିକ୍ରି କରିଦେଉଛନ୍ତି। ଆଜି ଏପରି ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌।

Advertisment

କମିଶନରେଟ୍‌ ପୁଲିସ୍‌ ହାତରେ ଧରାପଡ଼ିଥିବା ୪ ଅଭିଯୁକ୍ତ ହେଲେ ନୟାଗଡ ଅଞ୍ଚଳର କ୍ରିଷ୍ଣା ଦାସ, ପ୍ରଭାତ କୁମାର ନାୟକ, ରମେଶ ପୃଷ୍ଟି ଓ କନ୍ଧମାଳର ଛିକୁଣ୍ଟା ନାୟକ। ପୁଲିସ ସେମାନଙ୍କଠାରୁ ୩୫ଟି ଚୋରା ବାଇକ ଜବତ କରିଛି। ଖାଲି ଏତିକି ନୁହେଁ, ୪୦ଟି ଫେକ୍‌ ହାଇସିକ୍ୟୁରିଟି ନମ୍ବର ପ୍ଲେଟ, ୭ଟି ଫେକ RC ସ୍ମାର୍ଟକାର୍ଡ ଓ ବହୁ ଡୁପ୍ଲିକେଟ ଚାବି ଜବତ କରିଛି। ରାଜଧାନୀର ବିଭିନ୍ନ ଆଞ୍ଚଳରୁ ବାଇକ ଚୋରି କରିବା ପରେ ସେ ଗୁଡ଼ିକୁ ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।

ପୁଲିସ୍‌ ପଞ୍ଝାରେ ପଡ଼ିଥିବା ଚୋର ଗ୍ୟାଙ୍ଗର ଚୋରି ତରିକା ଟିକେ ନିଆରା। ଦୁଇ ଜଣ ଏକ ବାଇକରେ ସାଙ୍ଗ ହୋଇ ଯାଆନ୍ତି। ଆଉ ବାଇକ୍‌ ଚୋରି କରି ଅଲଗା ଅଲଗା ହୋଇ ଫେରାର ହୋଇଯାଆନ୍ତି। ଯାହାର ଭିଡ଼ିଓ ପୁଲିସ ହାତରେ ଲାଗିବା ପରେ ଗ୍ୟାଙ୍ଗର ପତ୍ତା ପାଇଛି ପୁଲିସ। ରାଜଧାନୀରୁ ବାଇକ ଚୋରି କରିବା ପରେ ସେଥିରେ ସେମାନେ ଫେକ୍‌ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଉଥିଲେ। ଆଉ ଜାଲ କାଗଜପତ୍ର ପ୍ରସ୍ତୁତ କରାଯିବା ପରେ ସେ ଗୁଡ଼ିକୁ କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ଗିରଫ ଅଭିଯୁକ୍ତମାନେ ୮୦ରୁ ଅଧିକ ଗାଡ଼ି ଚୋରି କରିଥିବା ଜଣାପଡ଼ିଛି।

Advertisment
Bhubaneswar Bhubaneswar News Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe