police station
ପୁଲିସକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଲା ବାଇକ୍ ଲୁଟେରା। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଘଗୋରବେଡା ଥାନାରେ। ପୁଲିସ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରୁଛି।
ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ଜଣଙ୍କ ବାଇକ୍ ନେଇ ଚମ୍ପଟ ମାରୁଥିଲା। ନରଷଣ୍ଢ ଗ୍ରାମବାସୀ ଅଭିଯୁକ୍ତକୁ ଧରି ଘାଗରବେଡା ଥାନା ପୁଲିସ ଜିମାରେ ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିଲା। ଆଜି ଅଭିଯୁକ୍ତ ଜଣଙ୍କ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା।
ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଖବର ସାମ୍ନାକୁ ଆସିବା ପରେ ଶତାଧିକ ଗ୍ରାମବାସୀ ଥାନାରେ ପହଞ୍ଚି ଚୋରୁ ଧରିବାକୁ ଦାବି କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ଘାଗରବେଡା ଥାନା ଅଞ୍ଚଳରେ ତିନୋଟି ବାଇକ୍ ଚୋରି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1700207792.jpg)