Advertisment

ହାତ-ଗୋଡ଼ ବାନ୍ଧି ଜୀବନ୍ତ ଜାଳି ଦେଲେ

ମୃତକ ଜଣଙ୍କ ହେଲେ ରଞ୍ଜନ। ସେ ଏକାଧିକ ଗ୍ୟାଙ୍ଗ ୱାରରେ ସାମିଲ ଥିଲେ। ଆଜି ସକାଳୁ ତାଙ୍କ ଦଗ୍ଧ ମୃତଦେହ ଯମୁନାନଗର ଜିଲ୍ଲାର ଗୋଟିଏ ପରିତ୍ୟକ୍ତ ସ୍ଥାନରୁ ମିଳିଛି।

Gang war

Gang war

Advertisment

ସାମ୍ନାକୁ ଆସିଛି ଭୟଙ୍କର ହତ୍ୟାକାଣ୍ଡର ସାଂଘାତିକ ଚିତ୍ର। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶୁଟରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ହାତ ଗୋଡ଼ ବାନ୍ଧି ଜୀବନ୍ତ ଜାଳି ଦିଆଯାଇଛି। ହରିୟାଣା ପୁଲିସ୍‌ ଆଜି ତାଙ୍କ ପୋଡ଼ା ମୃତଦେହ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। 

Advertisment

ମୃତକ ଜଣଙ୍କ ହେଲେ ରଞ୍ଜନ। ସେ ଏକାଧିକ ଗ୍ୟାଙ୍ଗ ୱାରରେ ସାମିଲ ଥିଲେ। ଆଜି ସକାଳୁ ତାଙ୍କ ଦଗ୍ଧ ମୃତଦେହ ଯମୁନାନଗର ଜିଲ୍ଲାର ଗୋଟିଏ ପରିତ୍ୟକ୍ତ ସ୍ଥାନରୁ ମିଳିଛି। 

ରଞ୍ଜନଙ୍କ ମୃତଦେହ ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲେ ହେଁ ଏହାକୁ ତାଙ୍କର ମାଉସୀଙ୍କ ପୁଅ ପ୍ରିନ୍ସ ଚିହ୍ନଟ କରିଛନ୍ତି। ପରିବାର ସହ ରଞ୍ଜନଙ୍କର କୌଣସି ସମ୍ପର୍କ ନଥିଲା। ତାଙ୍କ ହାତ ଗୋଡ଼ ବନ୍ଧା ହୋଇଥିବା ବେଳେ ଶରୀରର ଏକାଧିକ ଅଙ୍ଗପ୍ରତ୍ୟେଙ୍ଗ ନାହିଁ।

Advertisment

ପ୍ରିନ୍ସ କହିଛନ୍ତି ଯେ ରଞ୍ଜନ ବିବାହିତ ଓ ତାଙ୍କର ଗୋଟିଏ ପିଲା ରହିଛି। କିନ୍ତୁ ଗୋଟିଏ ବର୍ଷରୁ ଅଧିକ ହେବ, ସେ ପରିବାର ଠାରୁ ଦୂରରେ ରହୁଥିଲେ।

ଲାଡୱାରେ ରହୁଥିବା ରଞ୍ଜନଙ୍କୁ କାହିଁକି ଏପରି ନିର୍ମମ ଭାବେ ହତ୍ୟା କରାଗଲା, ତା’ର କାରଣ ଏବେ ପୁଲିସ୍‌ ଖୋଜିବା ଆରମ୍ଭ କରିଛି। ତେବେ ଗ୍ୟାଙ୍ଗଷ୍ଟର ଦାଭିନ୍ଦର ବାମଭିହା ଘଟଣା ପାଇଁ ନିଜକୁ ଦାୟୀ କରିଛି। 

ବାମଭିହା ଫେସବୁକରେ ସିଧାସଳଖ ହତ୍ୟାକାଣ୍ଡର କାରଣ କହିନାହିଁ। କିନ୍ତୁ ସିଦ୍ଧୁ ମୁସେୱାଲା ଓ ରାଜପୁତ ନେତା ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ରଞ୍ଜନଙ୍କୁ ହତ୍ୟା କରାଯାଇଥିବା ସଙ୍କେତ ଦେଇଛି।

ଗୋଲ୍ଡି ବ୍ରାର୍‌ ଓ ଲରେନ୍ସଦ ବିଷ୍ଣୋଇ ସହ କାମ କରୁଥିବା ରୋହିତ ଗୋଦାରା ଉଭୟ ହତ୍ୟାକାଣ୍ଡର ଅଭିଯୁକ୍ତ। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗର ରଞ୍ଜନଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

Haryana News Lawrence Bishnoi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe