Advertisment

ପୁଲିସକୁ ଖୋଲା ଧମକ ଦେଲେ ବିଟୁ ବଜରଙ୍ଗୀ

ବଜରଙ୍ଗ ଦଳର ସଦସ୍ୟ ବଜରଙ୍ଗୀ ଅଗଷ୍ଟ ମାସରେ ଗୁରୁଗ୍ରାମର ନୁହରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗାରେ ସାମିଲ ଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ନିକଟରେ ସେ ଜାମିନରେ ମୁକୁଳିଛନ୍ତି।

Bittu

Bittu

Advertisment

ହରିୟାଣାର ଫରିଦାବାଦରେ ତଥା କଥିତ ଗୋରକ୍ଷାକାରୀ ବିଟୁ ବଜରଙ୍ଗୀ ପୁଲିସ୍‌କୁ ଖୋଲା ଧମକ ଦେଇଛନ୍ତି। ବୁଧବାର ରାତିରେ ବଜରଙ୍ଗୀଙ୍କ ସାନ ଭାଇଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏଥିପାଇଁ ବଜରଙ୍ଗୀ ପୁଲିସ୍‌କୁ ଠିକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

Advertisment

ବଜରଙ୍ଗ ଦଳର ସଦସ୍ୟ ବଜରଙ୍ଗୀ ଅଗଷ୍ଟ ମାସରେ ଗୁରୁଗ୍ରାମର ନୁହରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗାରେ ସାମିଲ ଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ନିକଟରେ ସେ ଜାମିନରେ ମୁକୁଳିଛନ୍ତି।

ତାଙ୍କ ସାନ ଭାଇ ମହେଶ ପଞ୍ଚଲଙ୍କୁ ଗତକାଲି ରାତିରେ ୪ରୁ ୫ ଜଣ ଲୋକ ଆକ୍ରମଣ କରିଥିଲେ। ମାଡ଼ ମାରିବା ସହ ମହେଶଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସାନ ଭାଇ ଉପରେ ଆକ୍ରମଣ ହୋଇଥିବାରୁ ରାଗରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ବିଟୁ ବଜରଙ୍ଗୀ। ସେ ପୁଲିସକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ପୁଲିସ୍‌ ଯଥାଶୀଘ୍ର ଦୋଷୀମାନଙ୍କୁ ଗିରଫ ନ କରିବ, ତା’ହେଲେ ସେ ନିଜେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ସେ ନିଜେ ଦୋଷୀମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ଦଣ୍ଡ ଦେବେ ବୋଲି ପୁଲିସ୍‌କୁ ରୋକଠୋକ ଶୁଣାଇ ଦେଇଛନ୍ତି।

ବିଟୁ ବଜରଙ୍ଗୀ ଓରଫ ରାଜ କୁମାର ସାଂପ୍ରଦାୟିକ ଦଙ୍ଗାରେ ସାମିଲ ଥିଲେ। ଅଗଷ୍ଟ ୪ରେ ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଜାମିନରେ ଆସିବା ପରେ ସେ ପୁଣି ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି।

Bajrang Dal Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe