/odisha-reporter/media/post_attachments/uploadimage/library/16_9/16_9_0/BJD_Leader_1699532876.jpg)
BJD Leader
ଏକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଜଣେ ବିଜେଡି ନେତା ଓ ତାଙ୍କ ଭାଇ। ଏହି ବିଜେଡି ନେତାଙ୍କ ନାଁ ଜୟଦେବ ବାରିକ। ସେ ବିଜୁ ଯୁବ ଜନତା ଦଳର ସୁନ୍ଦରଗଡ଼ ଜିଲ୍ଲାର ସମ୍ପାଦକ ଅଛନ୍ତି। ସେହିପରି ଗିରଫ ହୋଇଥିବା ତାଙ୍କ ସାନ ଭାଇଙ୍କ ନାଁ ଦିଲ୍ଲୀପ ବାରିକ।
Advertisment
ଛତିଶଗଡ଼ର ତପକେରା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜୟଦେବ ବାରିକ ଓ ତାଙ୍କ ଭାଇ ଦିଲ୍ଲୀପ ବାରିକଙ୍କୁ ଗିରଫ କରାଯାଇଛି। ଉକ୍ତ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଛତିଶଗଡ଼ ପୁଲିସ ଜୟଦେବ ଓ ଦିଲ୍ଲୀପଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
