କାଳ ହେଲା ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ। ତକିଆରେ ମୁହଁକୁ ଚାପି ଯୁବ ବିଜେଡି ନେତାଙ୍କୁ ହତ୍ୟା କରିଥିଲେ ସଂପୃକ୍ତ ମହିଳା। କନ୍ଧମାଳ ଜିଲ୍ଲା ଯୁବ ବିଜେଡ଼ି ଉପ-ସଭାପତି ତଥା ଦଡ଼କୀ ପଞ୍ଚାୟତ ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକ ହତ୍ୟା ଘଟଣାର ଏଭଳି ଖୁଲାସା କରିଛି ପୁଲିସ।
ଫୁଲବାଣୀସଦର SDPO କହିଛନ୍ତି ଯେ, ଗତ ୧ ତାରିଖ ସକାଳେ ଦଡ଼କି PEOଙ୍କ ବାସଭବନରୁ ସଂଜିତଙ୍କ ମୃତଦେହ ମିଳିଥିଲା। ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ଜଣେ ବିବାହିତ ମହିଳାଙ୍କ ଅନିଚ୍ଛା ସତ୍ୱେ ଅନୈତିକ ସମ୍ପର୍କ ରଖୁଥିଲେ ସଂଜିତ। ମହିଳାଙ୍କଠାରୁ ଗ୍ରୁପ ଟଙ୍କା ନେଇ ବି ଆଉ ଫେରାଉନଥିଲେ। ଏପରିକି ମହିଳାଙ୍କୁ ବଦନାମ କରିବାକୁ ଧମକ ଚମକ ବି ଦେଉଥିଲେ। ତେଣୁ ମହିଳା ଜଣକ ସଂଜିତଙ୍କ ଉପରେ ମନେ ମନେ ରାଗ ରଖିଥିଲେ।
ଗତ ୩୦ ତାରିଖ ରାତିରେ ସଂଜିତ ମହିଳାଙ୍କୁ PEO ଙ୍କ ବାସଭବନକୁ ଡାକିଥିଲେ। ନିଶାରେ ଚୁର ହୋଇ ମହିଳାଙ୍କ ଅନିଚ୍ଛା ସତ୍ୱେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ତା’ପରେ ସେ ଶୋଇପଡ଼ିଥିଲା। ସଂଜିତ ଶୋଇଥିବାର ସୁଯୋଗ ନେଇ ମହିଳା ଜଣକ ତକିଆରେ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସଂଜିତଙ୍କୁ ହତ୍ୟା କରିଥିବା ନେଇ ମହିଳା ଜଣଙ୍କ ପୁଲିସ ସ୍ୱୀକାର କରିଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।