କିଟ୍ ବିବାଦ: କୋମାରେ ବିଜେଡିର ଛାତ୍ର ସଂଗଠନ, ଦୁଇ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ହେଲାନି ମାମଲା

କିଟ୍ ବିଶ୍ୱବିଦ୍ୟାଳୟ ମାମଲା ଯୋଗୁ ଏବେ ଭାରତ-ନେପାଳ କୂଟନୀତିକ ସଙ୍କଟ ସୃଷ୍ଟି ହୋଇଛି । ଏହି ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବୁଧବାର ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସହ ନେପାଳୀ ଦୂତାବାସ ଅଧିକାରୀ ସଞ୍ଜିବ ଦାସଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ଆଲୋଚନା ହୋଇଛି ।

KIIT

କିଟ୍‌ କ୍ୟାମ୍ପସ (ଫାଇଲ ଫଟୋ)

Ordigital Desk
  • Published: Wednesday, 19 February 2025
  • Updated: 19 February 2025, 07:11 PM IST

Sports

Latest News

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ ଘଟଣା ଏବେ ନୂଆ  କୂଟନୀତିକ ସଙ୍କଟ ସୃଷ୍ଟି କରିଛି । ନେପାଳ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରି କିଟ୍ ଘଟଣାରେ ଯଦି ତୁରନ୍ତ ଆଇନଗତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତା’ହେଲେ ଭବିଷ୍ୟତରେ ଓଡ଼ିଶାରେ ପାଠ ପଢ଼ିବା ପାଇଁ ନେପାଳୀ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ‘ଅନାପତ୍ତି ପ୍ରମାଣପତ୍ର’(ଏନଓସି) ଦିଆଯିବ ନାହିଁ ବୋଲି ରୋକଠୋକ୍ ଜଣାଇ ଦେଇଛନ୍ତି । ଆଜି ମଧ୍ୟ କିଟ୍ ପରିସରରେ ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଧାରଣା ଜାରି ରହିଥିବାବେଳେ ରାଜ୍ୟର ସର୍ବବୃହତ୍ ରାଜନୀତିକ ଦଳ ବିଜେଡିର ନଗ୍ନ ଓ ଦୋମୁହାଁ ଚରିତ୍ର ଏବେ ପଦାରେ ପଡ଼ିଛି । ନେପାଳୀ ଛାତ୍ରଛାତ୍ରୀମାନଙ୍କ ଉପରେ କିଟ୍ ଗୁଣ୍ଡାମାନଙ୍କର ମରଣାନ୍ତକ ଆକ୍ରମଣ ଓ  କିଟ୍ କର୍ତ୍ତୃପକ୍ଷଙ୍କ ଅମାନବୀୟ ଆଚରଣ ସତ୍ତ୍ୱେ ଏହି ପ୍ରସଙ୍ଗରେ ବିଜେଡିର ଛାତ୍ର ସଂଗଠନ ନିରବ ରହିଛି । ଏପରିକି ଗଣମାଧ୍ୟମରେ ଏହି ଘଟଣାକୁ ନିନ୍ଦା ମଧ୍ୟ କରିବାକୁ ଦଳର ଛାତ୍ରନେତାମାନେ ସାହାସ ଜୁଟାଇ ପାରିନଥିବା ଜଣାପଡ଼ିଛି । ସେପଟେ ଯେଉଁ ଦୁଇଜଣ ମହିଳା କର୍ମଚାରୀ ‘ନେପାଳ’ ଭଳି ଏକ ସାର୍ବଭୌମ ରାଷ୍ଟ୍ର ପ୍ରତି ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ ସେମାନଙ୍କ ବିରୁଦ୍ଧରେ କାହିଁକି ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୬ ଅନ୍ତର୍ଗତ ମାମଲା ରୁଜୁ କରିବାକୁ ପୁଲିସ ପଦକ୍ଷେପ ନେଉନି ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟ ସରକାର ଓ ନେପାଳୀ ଅଧିକାରୀ ଆଲୋଚନା

ସୂଚନା ଅନୁସାରେ, କିଟ୍ ବିଶ୍ୱବିଦ୍ୟାଳୟ ମାମଲା ଯୋଗୁ ଏବେ ଭାରତ-ନେପାଳ କୂଟନୀତିକ ସଙ୍କଟ ସୃଷ୍ଟି ହୋଇଛି । ଏହି ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବୁଧବାର ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସହ ନେପାଳୀ ଦୂତାବାସ ଅଧିକାରୀ ସଞ୍ଜିବ ଦାସଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ୱିଟ୍ କରି ଏହି ସୂଚନା ଦେବା ସହ ନେପାଳୀ ଛାତ୍ରୀ ପ୍ରକୃତି ମୃତ୍ୟୁ ମାମଲାରେ ନ୍ୟାୟ ପାଇଁ ଆଶ୍ୱାସନା ଦେଇଛନ୍ତି । ଆଉ କିଟ୍ କ୍ୟାମ୍ପସରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରାଇବା ନେଇ ମଧ୍ୟ ଆଶ୍ୱାସନା ଦେବା ସହ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରିଛନ୍ତି । ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଆରୁଜୁ ରାଣା ଦେଉବା ମଧ୍ୟ ଭିଡିଓ କଲ୍ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ କିଟ୍ ପ୍ରସଙ୍ଗରେ କଥା ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେପଟେ ନେପାଳୀ ଦୂତାବାସର ଅଧିକାରୀମାନେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ନେଇଥିବା ପଦକ୍ଷେପରେ ସନ୍ତୁଷ୍ଟ ଥିବା କହିଛନ୍ତି । ସରକାରଙ୍କ ହସ୍ତକ୍ଷେପ ଯୋଗୁ କିଟ୍ କର୍ତ୍ତୃପକ୍ଷ ୟୁ-ଟର୍ଣ୍ଣ ନେଇଛନ୍ତି ଓ ନେପାଳ ପଳାଇଥିବା ପିଲାମାନଙ୍କ ରିଟର୍ଣ୍ଣ ଟିକେଟ୍ ଖର୍ଚ୍ଚ ସହ ଏକ୍ସଟ୍ରା କ୍ଲାସ କରି ସେମାନଙ୍କ ପାଠପଢ଼ା କ୍ଷତି ଭରଣା କରାଯିବ ବୋଲି ନେପାଳ ସରକାରଙ୍କୁ ସୂଚିତ କରାଯାଇଛି ।

ସେହିପରି କିଟ୍ ମାମଲାର ତଦନ୍ତ ପାଇଁ ଗଠିତ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଆଜି କିଟ୍ ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଛି । କମିଟିର ସଦସ୍ୟ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ନେପାଳୀ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । ସରକାରଙ୍କ ନିର୍ଦ୍ଦେଶରେ କିଟ୍ ବିଶ୍ୱବିଦ୍ୟାଳୟକୁ ଆସିଛୁ । ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା ଚାଲିଛି । ଏବେ ତଦନ୍ତ ଜାରି ରହିଛି ଓ ସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।

ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନର ଧାରଣା

ଏସବୁ ମଧ୍ୟରେ ଆଜି ମଧ୍ୟ ତୃତୀୟଦିନ ପାଇଁ କିଟ୍ ପରିସରରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା ଜାରି ରହିଛି । ଛାତ୍ର ସଂଗଠନ ଏଆଇଏସଏଫ, ଏବିଭିପି, ନବନିର୍ମାଣ ଛାତ୍ର ସଂଗଠନର ସଦସ୍ୟମାନେ ଧାରଣାରେ ବସି କିଟ୍ ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି କରିଛନ୍ତି । ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ମଧ୍ୟ ଏହି ଘଟଣା ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିବାଦ କରିଥିଲେ । ତେବେ ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସର ଛାତ୍ର ସଂଗଠନ ଏପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ଧାରଣା କିମ୍ବା ପ୍ରତିବାଦ କରିନଥିଲେ ମଧ୍ୟ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କିଟ ବିଶ୍ୱବିଦ୍ୟାଳୟରେ ଶିକ୍ଷା ନାଁରେ ଟଙ୍କା ଲୁଟ୍ କରିବା ସହ ଛାତ୍ରଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଗତ କିଛିବର୍ଷ ମଧ୍ୟରେ କିଟରେ ୧୦ରୁ ୧୫ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି । କିଟ୍ ଯୋଗୁ ବିଶ୍ୱରେ ଓଡ଼ିଶା ନିନ୍ଦିତ ହେଲା । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦୁଇଦିନ ଭିତରେ ଗିରଫ ନକଲେ କିଟ୍ ବିଶ୍ୱବିଦ୍ୟାଳୟ ଓ କମିଶନରେଟ ପୁଲିସ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ପାତ୍ର ଚେତାବନୀ ଦେଇଛନ୍ତି । ସେହିପରି କଂଗ୍ରେସ ଛାତ୍ରନେତା ୟାସିର ନୱାଜ ମଧ୍ୟ କିଟ ବିଶ୍ୱବିଦ୍ୟାଳ କର୍ତ୍ତୃପକ୍ଷ ନିଜର ସମସ୍ତ ଶକ୍ତି ଲଗାଇ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଚାର କରୁଥିବା କହିଛନ୍ତି । ଅଚ୍ୟୁତଙ୍କ ଯୋଗୁ ନେପାଳ ଓ ଭାରତ ସମ୍ପର୍କ ପ୍ରଭାବିତ ହୋଇଛି ତଥା ପୁଲିସ୍ ଓ ରାଜ୍ୟ ସରକାର କାହିଁକି ଛାତ୍ରୀଙ୍କୁ ଧମକାଉଥିବା ମହିଳା କର୍ମଚାରୀ ଓ ଅଚ୍ୟୁତଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ପ୍ରତିବାଦ କରିଥିବା ପ୍ରାୟ ୮୦୦ଜଣ ଛାତ୍ରଛାତ୍ରୀଙ୍କୁ ଗତ ୩ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରିକି ଯେଉଁମାନେ ପ୍ରତିବାଦ କରିଛନ୍ତି ସେମାନଙ୍କୁ ଚଳିତବର୍ଷ କ୍ୟାମ୍ପସ ପ୍ଲେସମେଂଟରେ ସାମିଲ କରାଯିବ ନାହିଁ ବୋଲି ଖୋଲା ଧମକ ଦେଇଥିବାର ସୂଚନା ମିଳିଛି ।

ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଛାତ୍ର ସଂଗଠନ ନିରବ

କିଟ୍ ବିଶ୍ୱବିଦ୍ୟାଳୟ ଘଟଣାକୁ ନେଇ ଭୁବନେଶ୍ୱରରୁ ନେପାଳ ପର୍ଯ୍ୟନ୍ତ ସବୁଠି କିଟ୍ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ଓ ଆଚରଣକୁ ନିନ୍ଦା କରାଯାଉଥିବାବେଳେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ନିରବ ରହିଛି । ଏହି ସମ୍ବେଦନଶୀଳ ଘଟଣାରେ ବିଜେଡିର ଛାତ୍ର ସଂଗଠନ ସମ୍ପୂର୍ଣ୍ଣ ଭାବେ ନିଜକୁ ଦୂରେଇ ରଖିଛି । ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଏଭଳି ଆଚରଣ ହୋଇଥିଲେ ମଧ୍ୟ ବିଜେଡିର ଛାତ୍ରନେତାମାନେ କାହିଁକି ନିରବ ରହିଛନ୍ତି ସେନେଇ ‘ଓଡ଼ିଶା ରିପୋର୍ଟର’ ପକ୍ଷରୁ ଖୋଳତାଡ଼ କରାଯାଇଥିଲା । ଜଣେ ବିଧାୟକ ତଥା ଛାତ୍ର ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଆମେ ଏହି ଘଟଣାରେ ତ୍ୱରିତ୍ ପଦକ୍ଷେପ ନେବାକୁ ଚାହିଁଥିଲୁ । କିନ୍ତୁ ନବୀନ ନିବାସରୁ ଚୁପ୍ ରହିବା ପାଇଁ ତାଗିଦ୍ କରାଗଲା । କିଟ୍ ବିରୁଦ୍ଧରେ କୌଣସି ପ୍ରକାରର ଧାରଣା, ପ୍ରତିବାଦ ଓ ବୟାନବାଜି ନକରିବାକୁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଓଡ଼ିଶାକୁ ନିନ୍ଦିତ କରିଥିବା କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବିଜେଡି ସ୍ୱର ଉତ୍ତୋଳନ ନକରିବା ହିଁ ବିଜେଡିର ନଗ୍ନ ଚେହେରାକୁ ପଦାରେ ପକାଇଛି ।

କାହିଁକି ଗିରଫ ହେଉନାହାନ୍ତି ଦୁଇ ମହିଳା କର୍ମଚାରୀ

ନେପାଳୀ ଛାତ୍ରୀମାନେ ନିଜର ସହପାଠୀଙ୍କ ମୃତ୍ୟୁ ମାମଲାରେ ଗଣତାନ୍ତ୍ରିକ ଢଙ୍ଗରେ ପ୍ରତିବାଦ କରୁଥିବାବେଳେ କିଟ୍ ବିଶ୍ୱବିଦ୍ୟାଳୟର ଦୁଇ ମହିଳା କର୍ମଚାରୀ ମଞ୍ଜୁଳା ପାଣ୍ଡେ ଓ ଜୟନ୍ତୀ ନାଥ ଯେଉଁ ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ତାକୁ କାହିଁକି ପୁଲିସ ଏପର୍ଯ୍ୟନ୍ତ ଗୁରୁତ୍ୱର ସହ ନେଉନି । ଏହି ଦୁଇ ମହିଳା କର୍ମଚାରୀଙ୍କ ବୟାନ ଅତ୍ୟନ୍ତ ସାଂଘାତିକ ଓ ନେପାଳ-ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ନେପାଳରେ ଏଭଳି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ନେପାଳୀ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଯଦିଓ ଏହି ଦୁଇ ମହିଳା କର୍ମଚାରୀ ଭିଡିଓ ଜାରି କରି ଭୁଲ୍ ମାଗିଛନ୍ତି ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି କିନ୍ତୁ ସେମାନେ ଯେଉଁଭଳି ବୟାନ ଦେଇଛନ୍ତି । ଏହି ଦୁଇ ମହିଳା ଯେଭଳି ବିଶୃଙ୍ଖଳିତ ଢଙ୍ଗରେ ଅକ୍ଷମଣୀୟ ଅପରାଧ ଭିଆଇବା ଭଳି ବୟାନବାଜି କରିଛନ୍ତି ଓ ନିରୀହ ନେପାଳୀ ଛାତ୍ରୀମାନଙ୍କ ଉପରେ ଦାଦାଗିରି ଦେଖାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୬ ଅନ୍ତର୍ଗତ ଅପରାଧିକ ମାମଲା ରୁଜୁ ହେବାର ଆବଶ୍ୟକତା ରହିଛି । ଦେଶ-ଦେଶ ଭିତରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣକୁ ପ୍ରଭାବିତ କରିବା ଭଳି ‘ହେଟ୍ ସ୍ପିଚ୍ ଦେବା ଓ ସାର୍ବଭୌମ ରାଷ୍ଟ୍ର ନେପାଳର ନାଗରିକଙ୍କ ଆତ୍ମସମ୍ମାନ ପ୍ରତି କଦର୍ଯ୍ୟ ଆଚରଣ କରିବା ଅପରାଧରେ ସେମାନଙ୍କ ବିରୁଦ୍ଧରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସିଆଲ ମିଡିଆରେ ଦାବି ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story