Advertisment

ମିଶନ ଶକ୍ତି ମହିଳାଙ୍କୁ ବିଜେଡି ବାଣ୍ଟୁଥିଲା ଶାଢ଼ି; ପହଞ୍ଚିଗଲା ଫ୍ଲାଇଂ ସ୍କ୍ୱାଡ

ଫ୍ଲାଇଂ ସ୍କ୍ବାଡ୍ ପହଞ୍ଚି ୭ ଖଣ୍ଡ ଶାଢ଼ି ଜବତ କରିଛି।

author-image
Tapaswini Nayak
puri

puri

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କପିଳେଶ୍ୱରପୁର ପଞ୍ଚାୟତ ପଥରପଦ ଗାଁରେ ବିଜେଡି ପକ୍ଷରୁ ଶାଢ଼ି ବଣ୍ଟାଯାଉଥିବା ଅଭିଯୋଗ ହୋଇଛି। ଫ୍ଲାଇଂ ସ୍କ୍ବାଡ୍ ପହଞ୍ଚି ୭ ଖଣ୍ଡ ଶାଢ଼ି ଜବତ କରିଛି।

Advertisment

ସୂଚନା ଅନୁସାରେ, ଦୁଇ ଜଣ ବିଜେଡି ନେତ୍ରୀ ପଥରପଦ ଗାଁରେ ମିଶନ ଶକ୍ତି ମହିଳାଙ୍କୁ ଶାଢି ବଣ୍ଟନ କରୁଥିଲେ। ଫ୍ଲାଇଂ ସ୍କ୍ବାଡ୍ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୭ଟି ଶାଢ଼ି ଜବତ କରିବା ସହ ଗାଡ଼ି ଗୁଡ଼ିକୁ ଚେକିଂ କରିଥିଲା।

ଏହାସହ ବିଜେଡିର ଦୁଇ ନେତ୍ରୀଙ୍କ ସମେତ ୪ଜଣ ମହିଳାଙ୍କୁ ସଦର ଥାନାକୁ ନେଇ ପଚରାଉଚରା କରିବା ପରେ ଏକ ଅଣ୍ଡରଟେକିଂ ଲେଖି ଛାଡିଦେଇଥିବା ଜଣାଯାଇଛି। ଫ୍ଲାଇଂ ସ୍କ୍ବାଡ୍  ପହଞ୍ଚି ଶାଢ଼ି ଜବତ କରିବାର ଭିଡିଓ  ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏନେଇ ପୁଲିସ କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Advertisment
Puri 2024 General Election Odisha Assembly Election 2024