Advertisment

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ବିଜେଡି ଛାତ୍ର ନେତା ବୋଲି ଛାଡ଼ିଦେଲେ: ବିଜେପି, ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆଇନଜୀବୀ

ବିକ୍ରମ ଜେନାଙ୍କ ଫଟୋ ଏବେ ବିଭିନ୍ନ ବିଜେଡି ନେତାଙ୍କ ସହ ଭାଇରାଲ ହେଉଛି। ଏପରି କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗତବର୍ଷ ଅଗଷ୍ଟରେ ନିଜ ନିର୍ବାଚନମଣ୍ଡଳୀକୁ ଆସିବା ବେଳେ ଗାଡ଼ି ଉପରେ ଚଢ଼ି ବିରୋଧ କରିଥିଲେ ବିକ୍ରମ

ଅଦ୍ୟତନ ହୋଇଛି
BJP

BJP

Advertisment

ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀ ଗଣଦୁଷ୍କର୍ମ ଘଟଣା ଥମିବାର ନାଁ ନେଉନି। ଗୋଟିଏ ପଟେ ବିଜେପି ମହିଳା ମୋର୍ଚ୍ଚା ଏହି ଘଟଣାକୁ ନେଇ ବାରମ୍ବାର ପ୍ରଶ୍ନ କରୁଥିବା ବେଳେ ବିଜେଡି ଛାତ୍ର ନେତାଙ୍କ ସଂପୃକ୍ତି ଥିବାରୁ ପୁଲିସ ମାମଲା ତଦନ୍ତ ଠିକ୍‌ ଭାବେ କରୁ ନଥିବା ଅଭିଯୋଗ କରିଛି। ବିଜେଡି କିନ୍ତୁ ଏଭଳି ଅଭିଯୋଗକୁ ଘୃଣ୍ୟ ରାଜନୀତି ବୋଲି କହିଛି।

Advertisment

ତେବେ ବିଜେଡିର ବିଭିନ୍ନ ରାଜନେତାଙ୍କ ସହ ଅଭିଯୁକ୍ତର ଫଟୋ ଭାଇରାଲ ଓ ମେଡିକାଲ ପରୀକ୍ଷା ପରେ ୩ଜଣ ଅଭିଯୁକ୍ତଙ୍କୁ ଛାଡ଼ିଦେବା ଭଳି ଘଟଣାକୁ ନେଇ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିଛି।

ପୂରା ଘଟଣା ମେ ୩ ତାରିଖର ଘଟିଥିଲା। ବ୍ରହ୍ମପୁରର ଏକ ଘରୋଇ ବିଦ୍ୟାଳୟରେ ପଢ଼ୁ ଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ହିଲପାଟଣା ଅଞ୍ଚଳରେ ଠିଆ ହୋଇଥିଲେ। ଏହି ସମୟରେ ତାଙ୍କର ଜଣେ ପୁରୁଷ ବନ୍ଧୁ ଆସିଥିଲେ ଓ ତାଙ୍କୁ ବାଇକରେ ବସାଇ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବ୍ରହ୍ମାନଗର ସ୍ଥିତ ଘରକୁ ନେଇ ଯାଇଥିଲେ। 

Advertisment

ସେଠାରେ ସେ ଛାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ସେ ଅଚେତ ହେବା ପରେ ତାର ଫାଇଦା ଉଠାଇ ପୂର୍ବ ଯୋଜନା ମୁତାବକ ୯ଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ରାତି ୧୦ଟାରେ ପୀଡ଼ିତାଙ୍କୁ ତାଙ୍କ ବାପା ଖୋଜିବା ଆରମ୍ଭ କରିଥିଲେ। ଏହାର ଖବର ପାଇ ଅଭିଯୁକ୍ତ ରୁତୁନ ତାଙ୍କୁ ହିଲପାଟଣାରେ ଛାଡ଼ି ଦେଇ ଚାଲିଯାଇଥିଲା।

ଏନେଇ ୫ତାରିଖରେ ପୀଡ଼ିତାଙ୍କ ଅଭିଯୋଗ ପରେ ଆଇପିସି ଧାରା ୩୭୬ (ଡି) ଦୁଷ୍କର୍ମ, ଆଇପିସି ୩୨୮ ଓ ପକସୋ ଆଇନରେ ମାମଲା ରୁଜୁ ହୋଇଥିଲା।

୭ ତାରିଖରେ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇ ୮ଜଣଙ୍କର ଡାକ୍ତରୀ ମାଇନା କରାଯାଇଥିଲା। କିନ୍ତୁ ଗିରଫ କରି କୋର୍ଟ ଚାଲାଣ କରିବା ବେଳକୁ ମୁଖ୍ୟ ଅଭିଯୁକ୍ତ ରୁତୁନ ସମେତ ୫ଜଣଙ୍କୁ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ସେହିପରି ପିତଳ ଅଞ୍ଚଳର ବିକ୍ରମ ଜେନାଙ୍କୁ ଗିରଫ କରାଯାଇ ନଥିବାରୁ ପୁଲିସ୍‌ର ଭୂମିକା ଉପରେ ପ୍ରଶ୍ନ ଉଠାଇଛି ବିଜେପି ମହିଳା ମୋର୍ଚ୍ଚା।

କେଉଁ ଆଧାରରେ ତାଙ୍କର ମେଡିକାଲ ଟେଷ୍ଟ କରାଗଲା ଓ କାହିଁକି ତାଙ୍କୁ ଗିରଫ କରାଗଲା ନାହିଁ? ବିକ୍ରମ ଜଣେ ବିଜେଡି ଛାତ୍ର ନେତା ସହ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ବୁଲୁଥିବାରୁ ନିର୍ବାଚନ ବେଳେ ଗିରଫ କଲେ ଛବି ଖରାପ ହୋଇଟଯିବା ଜାଣି ତାଙ୍କୁ ଜାଣିଶୁଣି ଛାଡ଼ି ଦିଆଯାଇଛି।

କେବଳ ସେତିକି ନୁହଁ, ପୁଲିସ ଏସ୍‌ପି ପ୍ରେସମିଟ୍‌ କରି କେବଳ ସମ୍ବିତ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ଦେଖାଇଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଜୁମନ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସନ୍ଦେହ ସୃଷ୍ଟି କରିଛି। ଅଭିଯୋଗ ଦେବା ଦିନ ମେଡିକାଲ ପରୀକ୍ଷା ନ କରିବା, ବିଳମ୍ବ କରି ଜାଣିଶୁଣି ପ୍ରମାଣ ନଷ୍ଟ କରିବା ଘଟଣାକୁ ନେଇ ମାମଲାର ନିରପେକ୍ଷ ତଦନ୍ତ କରିବାକୁ ବିଜେପି ମହିଳା ମୋର୍ଚ୍ଚାର ବବିତା ପାତ୍ର ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିକ୍ରମ ଜେନାଙ୍କ ଫଟୋ ଏବେ ବିଭିନ୍ନ ବିଜେଡି ନେତାଙ୍କ ସହ ଭାଇରାଲ ହେଉଛି। ଏପରି କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗତବର୍ଷ ଅଗଷ୍ଟରେ ନିଜ ନିର୍ବାଚନମଣ୍ଡଳୀକୁ ଆସିବା ବେଳେ ଗାଡ଼ି ଉପରେ ଚଢ଼ି ବିରୋଧ କରିଥିଲେ ବିକ୍ରମ। ଏହି ସବୁ ଦିଗକୁ ମଧ୍ୟ ଏଡ଼ା ଯାଇ ପାରିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ବି ସେ ପ୍ରଶ୍ନ ଉଠାଇଛନ୍ତି।

ଗଣଦୁଷ୍କର୍ମ ଭଳି ଅତି ସମ୍ବେଦନଶୀଳ ଘଟଣାରେ ଅଭିଯୋଗ ହେବା ଦିନ ହିଁ ମେଡିକାଲ ପରୀକ୍ଷା, ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରିବା ଆବଶ୍ୟକ। ଯେତେ ବିଳମ୍ବ ହେବ ପ୍ରମାଣ ସେତିକି ନଷ୍ଟ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି। ଏଥିସହ ୮ଜଣଙ୍କୁ ମେଡିକାଲ ପରୀକ୍ଷା କରି ମାତ୍ର ୫ଜଣଙ୍କୁ ଗିରଫ କରିବା ଉପରେ ମଧ୍ୟ ଶ୍ରୀ ସାହୁ ସନ୍ଦେହ ସୃଷ୍ଟି କରିଛନ୍ତି। ଯଦି ଏହା ସତ୍ୟ ହୁଏ ତେବେ ସାଂଘାତିକ ବୋଲି ସେ କହିଛନ୍ତି।

ତେବେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଏଭଳି ଅଭିଯୋଗକୁ ଭୁଲ ବୋଲି କହିଛନ୍ତି। ବିଜେପି ଗଣଦୁଷ୍କର୍ମ ଭଳି ମାମଲାକୁ ନେଇ ରାଜନୀତି କରିବା ଭୁଲ। କୌଣସି ଲୋକର ଫଟୋ ରାଜନୀତିକ ଦଳ କିମ୍ବା ନେତାଙ୍କ ସହ ରହିଲେ ସେ ସେଥିରେ ସଂପୃକ୍ତ ବୋଲି କହିବା ଭୁଲ୍‌ ବୋଲି ସେ କହିଛନ୍ତି।

ରିପୋର୍ଟ: ଜଗନ୍ନାଥ ସାହୁ

Odisha Berhampur Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe