Advertisment

ଭୋଟ ପୂର୍ବରୁ କଂଗ୍ରେସ-ବିଜେପି ମୁହାଁମୁହିଁ; ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ୍‌

ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଏକ ନିର୍ଦ୍ଦିଷ୍ଟ ଦଳ ତରଫରୁ କିଛି ସାମଗ୍ରୀ ବଣ୍ଟା ଯାଉଥିଲା। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

Tension Situation

Tension Situation

Advertisment

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟିଂ ହେଉଛି। ମାତ୍ର ମତଦାନ ଆରମ୍ଭ ହେବା ପୂର୍ବରୁ ହିଁ ଇନ୍ଦୋରର ରାଓ ବିଧାନସଭା କ୍ଷେତ୍ର ପାଲଟିଛି ରଣକ୍ଷେତ୍ର। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି କର୍ମୀ। ସ୍ଥିତି ଅଣାୟତ୍ତ ହେବାରୁ ନିୟନ୍ତ୍ରଣ ଆଣିବାକୁ ପୁଲିସ୍‌ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି।

Advertisment

ରାଓ ବିଧାନସଭା ସିଟ୍‌ ପାଇଁ କଂଗ୍ରେସ ତରଫରୁ ପୂର୍ବତନ ମନ୍ତ୍ରୀ ତଜିତୁ ପଟୱାର ମଇଦାନରେ ଥିବା ବେଳେ ବିଜେପି ତରଫରୁ ମଧୁ ବର୍ମା ତାଙ୍କୁ ଟକ୍କର ଦେଉଛନ୍ତି।

ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଏକ ନିର୍ଦ୍ଦିଷ୍ଟ ଦଳ ତରଫରୁ କିଛି ସାମଗ୍ରୀ ବଣ୍ଟା ଯାଉଥିଲା। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଥିବା ବେଳେ କିଛି କର୍ମୀ ଗୁରୁତର ଆହତ ହୋଇଛନ୍ତି।

Advertisment

ଏହାକୁ ନେଇ ଉଭୟ ପକ୍ଷର କିଛି ବରିଷ୍ଠ ନେତା ଥାନା ଘେରାଉ କରି ହୋହଲ୍ଲା କରିଥିଲେ। ପୁଲିସ୍‌ ଉଭୟ ପକ୍ଷଙ୍କୁ ବୁଝାଇବାରେ ବିଫଳ ହେବାରୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।

ଏହାକୁ ବାଦ ଦେଲେ ନର୍ମଦାପୁରରେ ବି ହିଂସାତ୍ମକ ଘଟଣା ସାମନାକୁ ଆସିଛି। ନର୍ମଦାପୁରର ମାଖନ ନଗରରେ ଥିବା ବିଜେପି କାର୍ଯ୍ୟାଳୟରେ କଂଗ୍ରେସ ନେତା ପୁଷ୍ପରାଜ ସିଂ ପଟେଲ ନିଜ ସମର୍ଥକଙ୍କ ସହ ମିଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲେ। ମାଖନନଗର ଥାନା ବାହାରେ ଉଭୟ ପକ୍ଷର ଶତାଧିକ କର୍ମୀ ଏକତ୍ରୀତ ହୋଇ ହୋହଲ୍ଲା କରିଥିଲେ।

ଖବର ପାଇ ସ୍ଥାନୀୟ ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷ ସହ ଆଲୋଚନା କରିଛନ୍ତି। ମାତ୍ର ଉତ୍ତେଜନା ନ ଥମିବାରୁ ବହୁ ସଂଖ୍ୟାରେ ବିଏସଏଫ ଯବାନଙ୍କୁ ଥାନା ବାହାରେ ମୁତୟନ କରାଯାଇଛି।

Election Madhya Pradesh Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe