Advertisment

କାହା ଛତ୍ରଛାୟା ତଳେ ରହି ଠୁଳ କରୁଥିଲେ ଅମାପ ସଂପତ୍ତି ?

ପୂର୍ବ ସରକାର ଅମଳରେ ଏମାନଙ୍କ ବାଟ ଦେଇ ଉପର ମହଲକୁ ଯାଉଥିଲା କି ଦୁର୍ନୀତିର ମୋଟା ଭାଗ ? ବିଜେପି ଏହି ପ୍ରସଙ୍ଗକୁ ନେଇ ଆଜି ଜୋରଦାର ହମଲା କରିବା ସହ ୨୪ ବର୍ଷ ଧରି ନବୀନ ସରକାର ଦୁର୍ନୀତିକୁ ନୀତି କରିଥିଲେ ବୋଲି କହିଛି।

Vigilance raids

Vigilance raids

Advertisment

ଚାକିରି ବେଳେ ଅସତ୍ ଉପାୟରେ ଧନ ଅର୍ଜିଥିଲେ। ପାପର ଘଡ଼ା ପୁରିବା ପରେ ବନ୍ଧା ହେଲେ R & B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଓ OBCC କଟକ ଡିଭିଜନର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ।

Advertisment

ଗତ ୧୫ ଦିନ ଭିତରେ ଧରାପଡ଼ିଲେଣି ଏହି ଚାରି ଜଣ କୁବେର ଯନ୍ତ୍ରୀ। କିଏ ପୂର୍ତ୍ତ ତ କିଏ ଜଳ ସଂପଦ। ସମସ୍ତଙ୍କଠୁ ମିଳି ଚାଲିଛି ଅମାପ ଆୟ ବହିର୍ଭୁତ ସମ୍ପତ୍ତି। ହେଲେ ପ୍ରଶ୍ନ, ସରକାର ବଦଳିବା ପରେ ଭିଜିଲାନ୍ସ ଜାଲରେ କାହିଁକି ଏମିତି ପଡ଼ିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଦୁର୍ନୀତିଖୋର ଇଞ୍ଜିନିୟର ? ପୂର୍ବ ସରକାର ଅମଳରେ ଏମାନଙ୍କ ବାଟ ଦେଇ ଉପର ମହଲକୁ ଯାଉଥିଲା କି ଦୁର୍ନୀତିର ମୋଟା ଭାଗ ? ବିଜେପି ଏହି ପ୍ରସଙ୍ଗକୁ ନେଇ ଆଜି ଜୋରଦାର ହମଲା କରିବା ସହ ୨୪ ବର୍ଷ ଧରି ନବୀନ ସରକାର ଦୁର୍ନୀତିକୁ ନୀତି କରିଥିଲେ ବୋଲି କହିଛି। ଯାହାର ଜବାବ ରଖିଛି ବିଜେଡି।

ସରକାର ବଦଳିବା ପରେ କାହିଁକି ଭିଜିଲାନ୍ସର ଆଖି ପଡ଼ିଛି ଏହି କୁବେର ଇଂଜିନିୟରମାନଙ୍କ ଉପରେ ? କାହା ଛତ୍ରଛାୟାରେ ରହି ଠୁଳ କରୁଥିଲେ ଅମାପ ଆୟ ବହିର୍ଭୁତ ସଂପତ୍ତି ? ଏଭଳି ନାନା ପ୍ରଶ୍ନ ଭିତରେ ଆଜି ଗିରଫ ହୋଇଥିବା ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ସାମ୍ନାକୁ ଆସିଛି ଯାଜପୁର ଲିଙ୍କ। ୨୦୧୩ରୁ ୨୦୧୯। ୭ ବର୍ଷ ଧରି ଯାଜପୁର ଜିଲ୍ଲାରେ ଥିଲେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଯାହାଙ୍କ ଅମଳରେ ନିର୍ମାଣ ହୋଇଥିଲା ବହୁ ପ୍ରକଳ୍ପ। ତା’ମଧ୍ୟରୁ ଚର୍ଚ୍ଚିତ ପ୍ରକଳ୍ପ ହେଉଛି ଗୋକର୍ଣ୍ଣେଶ୍ବର-ମଝିପଡ଼ା ଭାୟା ବୁଧଲିଙ୍ଗ ନଦୀ ବନ୍ଧ ରାସ୍ତା। ଯେଉଁଥିପାଇଁ ଖର୍ଚ୍ଚ ହୋଇଥିଲା ୨୧ କୋଟି ୯୯ ଲକ୍ଷ। ଆଉ ନିର୍ମାଣ ସରିବାର ୬ ମାସ ଭିତରେ ବିରାଟ ଘାଇ ହୋଇ ଧୋଇଗଲା। ଯେଉଁ ଘାଇକୁ ଲୋକେ ନାଁ ଦେଇଥିଲେ ମାମୁ-ଭଣଜା ଘାଇ। ଅର୍ଥାତ ଭଣଜା ହେଲେ ତତ୍କାଳୀନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ମାମୁ ଥିଲେ ତତ୍କାଳୀନ ପୂର୍ତ୍ତ ବିଭାଗ ଯନ୍ତ୍ରୀ ନରେନ୍ ଜେନା। ତତ୍କାଳୀନ ଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଅମଳରେ ନିର୍ମିତ ଏଭଳି ଏକାଧିକ ପ୍ରକଳ୍ପରେ ଦୁର୍ନୀତିର ଅଭିଯୋଗ ଉଠିଥିଲା।

Advertisment

ବଡ଼ କଥା ହେଉଛି, ନିର୍ମାଣ ହେଉ କି ପୂର୍ତ୍ତ ବିଭାଗର କାମ। ସବୁଠି ବ୍ୟାପକ ପିସି କାରବାର ସହ ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ଅନିୟମିତତା ଅଭିଯୋଗ ଯେମିତି ସାଧାରଣ କଥା ଥିଲା ବିଜେଡି ସରକାର ଅମଳରେ। ଆଉ ଏବେ ଜଣଙ୍କ ପରେ ଜଣେ ଇଞ୍ଜିନିୟର ବାବୁ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ବିଜେପି ନିଶାନାରେ ପୂର୍ବ ସରକାର।

ଆଜି ପ୍ରେସମିଟ୍ କରି ବିଜେପି ମୁଖପାତ୍ର କହିଛନ୍ତି, ୨୪ ବର୍ଷ ଧରି ଦୁର୍ନୀତିକୁ ନୀତି କରିଥିଲେ ନବୀନ ସରକାର। ନବୀନଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ ଦାୟିତ୍ବ OBCCକୁ ଦେବା ତା’ର ଅନ୍ୟତମ ନମୁନା। ପାଣ୍ଡିଆନଙ୍କ ଖାସ୍ ଥିବା ଅଧିକାରୀଙ୍କୁ ତୃତୀୟ ମହଲା ସୁରକ୍ଷା ଦେଉଥିଲା। ନବୀନ ସରକାର ସମୟରେ ଅଫିସରଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର। ଯାହାର ପ୍ରମାଣ ଏବେ ଓଡ଼ିଶା ଲୋକ ଦେଖୁଛନ୍ତି ବୋଲି କହିଛି ବିଜେପି।

Odisha Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe