Advertisment

ବିଜେପି ନେତାଙ୍କ ଉପରକୁ ଗୁଳି ମାଡ଼, ବିଚ୍‌ ରାସ୍ତାରେ ଟଳି ପଡ଼ିଲେ

ରାଜନୈତିକ ଶତ୍ରୁତା କାରଣରୁ ଅଞ୍ଜୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Niharika Rout
Murder

Murder

 ବିଚ ରାସ୍ତାରେ ସର୍ବସମ୍ମୁଖରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ଏପରି ଏକ ଜଘନ୍ୟ କାଣ୍ଡ ଉତ୍ତରପ୍ରଦେଶର ମୋରାଦାବାଦରେ ଗତକାଲି ସନ୍ଧ୍ୟାରେ ଘଟିଛି। ଏହି ଘଟଣାର ଛାତିଥରା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ପୁଲିସ୍‌ ଏବେ ହତ୍ୟାକାରୀଙ୍କୁ ଖୋଜିଛି। ମୃତକ ହେଲେ ବିଜେପି କିଶାନ ମୋର୍ଚ୍ଛା ନେତା ଅଞ୍ଜୁ ଚୌଧୁରୀ।

Advertisment

ଅଞ୍ଜୁ ଚୌଧୁରୀ ଗତକାଲି ସନ୍ଧ୍ୟାରେ ନିଜ ଭାଇଙ୍କ ସହ ଘର ପାଖ ପାର୍କକୁ ଚାଲିବାକୁ ଯାଉଥିଲେ। ମାତ୍ର ପାର୍କରେ ପହଞ୍ଚିବା ପୂର୍ବରୁ ସେଠାରେ ଏକ ବାଇକ୍‌ରେ ଛିଡ଼ା ହୋଇଥିବା ୩ ଯୁବକ ତାଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଞ୍ଜୁ ଚୌଧୁରୀ ତଳେ ପଡ଼ି ଯାଇଥିବା ବେଳେ ଉକ୍ତ ଯୁବକମାନେ ସେଠାରୁ ଫେରାର ହୋଇ ଯାଇଥିଲେ।  ସ୍ଥାନୀୟ ଲୋକେ ତୁରନ୍ତ ଅଞ୍ଜୁଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ଏନେଇ ଏକ ମାମଲା ରୁଜୁ କରିଛି। ଏଥିସହ ପୁଲିସ୍‌ ଆଖାପାଖ ସିସିଟିଭି ଯାଞ୍ଚ କରୁଛି। ରାଜନୈତିକ ଶତ୍ରୁତା କାରଣରୁ ଅଞ୍ଜୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ଧରି ପାରି ନ ଥିବା ଜଣାଯାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। 

Bjp Murder Uttar Pradesh