Advertisment

ଗର୍ଲଫ୍ରେଣ୍ଡଙ୍କ କଥାରେ ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା, ଖସିଯିବାକୁ କରିଥିଲେ ଷଡ଼ଯନ୍ତ୍ର

ରୋହିତ ବିବାହିତ ହୋଇଥିଲେ ହେଁ ରିତୁ ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ସେମାନଙ୍କ ପ୍ରେମରେ ସଞ୍ଜୁ ପ୍ରତିବନ୍ଧକ ସାଜୁଥିଲେ।

author-image
Hemant Lenka
Rohit

Rohit

ସାମ୍ନାକୁ ଆସିଛି ଜଣେ ବିଜେପି ନେତାଙ୍କ ସାଂଘାତିକ କାଣ୍ଡ। ରାଜସ୍ଥାନର ଆଜମେରରେ ଜଣେ ବିଜେପି ନେତା ତାଙ୍କ ପତ୍ନୀଙ୍କୁ ଗର୍ଲଫ୍ରେଣ୍ତଙ୍କ କଥାରେ ହତ୍ୟା କରିଛନ୍ତି। ଅଗଷ୍ଟ ୧୦ରେ ପୂରା ଘଟଣା ଘଟିଥିବା ବେଳେ ପ୍ରଥମେ ଳୁଟ ପାଇଁ ହତ୍ୟା କରାଯାଉଥିବା ପୁଲିସ୍‌ ଆଶଙ୍କା କରିଥିଲା। ହେଲେ ଅଧିକ ତଦନ୍ତ ପରେ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଓ ତାଙ୍କ ଗର୍ଲଫ୍ରେଣ୍ଡ ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ଅଗଷ୍ଟ ୧୦ରେ ସଞ୍ଜୁ ସୈନିଙ୍କ ମୃତଦେହ ତାଙ୍କ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ପ୍ରଥମେ ତାଙ୍କ ସ୍ୱାମୀ ତଥା ସ୍ଥାନୀୟ ଅଞ୍ଚଳର ବିଜେପି ନେତା ରୋହିତ ସୈନି ଦାବି କରିଥିଲେ ଯେ ଅଜଣା ଲୁଟେରାମାନେ ଏପରି କାଣ୍ଡ ଘଟାଇଛନ୍ତି। ସେମାନେ ଘର ଭିତରେ ସଞ୍ଜୁଙ୍କୁ ମାରି ସମସ୍ତ ମୂଲ୍ୟବାନ ଜିନିଷ ନେଇ ଫେରାର ହୋଇଯାଇଛନ୍ତି।

ତେବେ ତଦନ୍ତ ବେଳେ ରୋହିତଙ୍କ ବୟାନରେ ତାଳମେଳ ନ ରହିବାରୁ ପୁଲିସ୍‌ର ସନ୍ଦେହ ବଢ଼ିଥିଲା। ପୁଲିସ୍‌ ତାଙ୍କୁ ଉଠାଇ ନେଇ ଜେରା କରିଥିଲା। ଶେଷରେ ସେ ହତ୍ୟାକାଣ୍ଡକୁ ସ୍ୱୀକାର କରିବା ସହ ଏହା ପଛରେ ଥିବା ଷଡ଼ଯନ୍ତ୍ରର ଗୁମର ଖୋଲିଛନ୍ତି।

Advertisment

ରୋହିତ ବିବାହିତ ହୋଇଥିଲେ ହେଁ ରିତୁ ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ସେମାନଙ୍କ ପ୍ରେମରେ ସଞ୍ଜୁ ପ୍ରତିବନ୍ଧକ ସାଜୁଥିଲେ। ଶେଷରେ ସଞ୍ଜୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ରିତୁ କହିଥିଲେ। ପ୍ରଥମେ ରୋହିତ ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ରିତୁ ବାରମ୍ବାର ଚାପ ପକାଇବାରୁ ରୋହିତ ହତ୍ୟାକାଣ୍ଡ ଘଟାଇବାକୁ ରାଜି ହୋଇଥିଲେ।

ଅଗଷ୍ଟ ୧୦ରେ ସେ ସଞ୍ଜୁଙ୍କୁ ହତ୍ୟା କରି ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ପୂରା ଘଟଣାକୁ ଲୁଟର ରୂପ ଦେବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ ତାଙ୍କର ସବୁ ଯୋଜନାରେ ପାଣି ପକାଇ ଦେଇଛି। ଏବେ ପୁଲିସ ରୋହିତଙ୍କ ସମେତ ତାଙ୍କ ପ୍ରେମିକା ରିତୁଙ୍କୁ ଗିରଫ କରିଛି। ଏଥିସହ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ଲାଗି ପଡ଼ିଛି।

Bjp Crime Rajasthan