Advertisment

ବାଇକ୍‌ ଚଲାଉଥିଲେ ବିଜେପି ନେତା, ହଠାତ୍‌ ବାଜିଲା ଗୁଳି

ଗତକାଲି ରାତି ପ୍ରାୟ ୮ଟା ପରେ ଅସୀମ ରାୟ ନିଜ ବାଇକ୍‌ ଯୋଗେ ପଙ୍ଖାଜୁର ଅଞ୍ଚଳର ପୁରୁଣା ବଜାର ଅଞ୍ଚଳରେ ଯାଉଥିଲେ। ଉକ୍ତ ସମୟରେ ହଠାତ୍‌ ତାଙ୍କ ଶରୀରରେ ଗୁଳି ବାଜିବାରୁ ସେ ବାଇକ୍‌କୁ ତଳକୁ ଖସି ପଡ଼ିଥିଲେ।

Firing

Firing

Advertisment

ବିଚ୍‌ ବଜାରରେ ବାଇକ୍‌ ଚଲାଉଥିବା ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଛତିଶଗଡ଼ରେ ବିଜେପି ସରକାର ଏବେ ସରକାରରେ ଥିବା ବେଳେ ଦଳର ଜଣେ ନେତାଙ୍କୁଏପରି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ କାଙ୍କେର ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଅସୀମ ରାୟ ।

Advertisment

ଗତକାଲି ରାତି ପ୍ରାୟ ୮ଟା ପରେ ଅସୀମ ରାୟ ନିଜ ବାଇକ୍‌ ଯୋଗେ ପଙ୍ଖାଜୁର ଅଞ୍ଚଳର ପୁରୁଣା ବଜାର ଅଞ୍ଚଳରେ ଯାଉଥିଲେ। ଉକ୍ତ ସମୟରେ ହଠାତ୍‌ ତାଙ୍କ ଶରୀରରେ ଗୁଳି ବାଜିବାରୁ ସେ ବାଇକ୍‌କୁ ତଳକୁ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Advertisment

ବିଜେପି ନେତାଙ୍କୁ ବ୍ୟକ୍ତିଗତ କାରଣ କିମ୍ବା ରାଜନୈତିକ ପ୍ରତିଦ୍ୱନ୍ଦିତା ପାଇଁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ସବୁ ଦିଗରୁ ତଦନ୍ତ କରୁଥିବା ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

କିଛି ଦିନ ପୂର୍ବେ ଛତିଶଗଡ଼ ବିଧାନସଭା ନିର୍ବାଚନ ସରିଥିବା ବେଳେ ବିଜେପି ବହୁମତ ହାସଲ କରି କ୍ଷମତାକୁ ଆସିଛି। ଏପରି ସ୍ଥିତିରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିବା ଘଟଣାକୁ ନେଇ ତେଜିଛି ଆନ୍ଦୋଳନ ।

Chhattisgarh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe