Advertisment

ହୋଟେଲରେ କୋକେନ୍‌ ନେଉଥିଲେ ବିଜେପି ନେତାଙ୍କ ପୁଅ, ମାଡ଼ି ବସିଲା ପୁଲିସ୍‌

ହାଇଦ୍ରାବାଦ ପୁଲିସ୍‌ ହୋଟେଲରେ ପଶି ବିଜେପି ନେତାଙ୍କ ପୁଅଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି।

BJP

BJP

Advertisment

ପଞ୍ଚ ତରକା ହୋଟେଲରେ ବସି କୋକେନ ନେଉଥିଲେ ବିଜେପି ନେତାଙ୍କ ପୁଅ। ତାଙ୍କ ସହ ଆଉ ୯ ଜଣ ମଧ୍ୟ ବେଧଡ଼କ ଅନ୍ଧାଜରେ ଡ୍ରଗ୍ସ ନେଉଥିଲେ। ହେଲେ ହାଇଦ୍ରାବାଦ ପୁଲିସ୍‌ ହୋଟେଲରେ ପଶି ବିଜେପି ନେତାଙ୍କ ପୁଅଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର କୋକେନ ମଧ୍ୟ ଜବତ ହୋଇଛି।

Advertisment

ବିଜେପି ନେତା ଜି ଯୋଗନ୍ଦାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ରୋସୈୟାଙ୍କ ନାତି ଜି ବିବେକାନନ୍ଦଙ୍କୁ ପୁଲିସ ଗିରଫ କରିଛି। ଗାଚିବୋୱଲି ସ୍ଥିତ ରାଡିସନ ବ୍ଲ୍ୟୁ ହୋଟେଲରେ ଗୋଟିଏ ପାର୍ଟି ହେଉଥିଲା। ଏଥିରେ ବିବେକାନନ୍ଦ ସାମିଲ ହୋଇଥିଲେ। ଏହି ସମୟରେ ଗୋଟିଏ ରୁମ ବୁକ କରିବା ସହ ସେଠାରେ ଅନ୍ୟ ୯ ଜଣଙ୍କ ସହ ମିଶି କୋକେନ ସେବନ କରୁଥିଲେ।

ପୁଲିସ୍‌ ଏ ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ହୋଟେଲରେ ରେଡ୍‌ କରିଥିଲା। ଏହି ସମୟରେ ବ୍ୟବହାର ହୋଇଥିବା ୩ଟି ପ୍ଲାଷ୍ଟିକ କଭର ଜବତ କରିଥିଲା। ଏଥିରେ ୧ ଗ୍ରାମ ଲେଖାଏ କୋକେନ ପୂର୍ବରୁ ରହିଥିଲା। ସେହିପରି ଡ୍ରଗ୍ସ ନେବା ପାଇଁ ବ୍ୟବହାର ହେଉଥିବା ଧଳା ରଙ୍ଗର ପେପର ଓ ୩ଟି ସେଲଫୋନ ପୁଲିସ୍ ଜବତ କରିଛି।

Advertisment

ପ୍ରାଥମିକ ତଦନ୍ତ ପରେ ଗୋଟିଏ ପୁଲିସ୍‌ ଟିମ ଜୁବଲି ହିଲ୍ସରେ ଥିବା ବିବେକାନନ୍ଦଙ୍କ ଘରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ପୁଲିସ୍‌ ଷ୍ଟେସନ ଆଣି ଜେରା କରାଯାଇଥିଲା। ଜେରା ବେଳେ ସେ ପାର୍ଟିରେ କୋକେନ ସେବନ କରିଥିବା ସ୍ୱୀକାର କରିଛନ୍ତି। ମେଡିକାଲ ପରୀକ୍ଷା ବେଳେ ମଧ୍ୟ ସେ ଡ୍ରଗ୍ସ ନେଇଥିବା ସ୍ପଷ୍ଟ ହୋଇଛି।

୩୭ ବର୍ଷୀୟ ବିବେକାନନ୍ଦ ମଞ୍ଜୀରା ଗ୍ରୁପ ଅଫ କମ୍ପାନୀର ନିର୍ଦ୍ଦେଶକ। ଏବେ ପୁଲିସ୍‌ ତାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Bjp Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe