Advertisment

ମଣ୍ଡଳ ବିଜେପି ଉପସଭାନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା

ପୂର୍ବରୁ ବିନିଦାର ସମିତି ସଭ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ସତ୍ୟଭାମା। ସେ ଜଣେ ପାଲାଗାୟିକା ଭାବେ ମଧ୍ୟ ଜଣାଶୁଣା।

ଅଦ୍ୟତନ ହୋଇଛି
BJP leader stoned to death

BJP leader stoned to death

Advertisment

କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ମଣ୍ଡଳ ବିଜେପି ଉପସଭାନେତ୍ରୀ ସତ୍ୟଭାମା ସିଂଙ୍କୁ ପଥରରେ ଛେଚି ହତ୍ୟା। ପଣ୍ଡାପଡ଼ା ଥାନା ବିନିଦା ଗାଁରେ ଥିବା ତାଙ୍କ ଘର ପାଖରେ ଏହି ହତ୍ୟାକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ଗତ ବିଳମ୍ବିତ ରାତିରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ପୂର୍ବରୁ ବିନିଦାର ସମିତି ସଭ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ସତ୍ୟଭାମା। ସେ ଜଣେ ପାଲାଗାୟିକା ଭାବେ ମଧ୍ୟ ଜଣାଶୁଣା। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସ୍ପଷ୍ଟ ହୋଇପାରି ନାହିଁ। ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ଏସ୍‌ଡିପିଓ ଓ ପଣ୍ଡାପଡ଼ା ପୁଲିସ ପହଞ୍ଚି ଛାନଭିନ୍‌ କରୁଛି।

ସତ୍ୟଭାମା ପଣ୍ଡାପଡା ମଣ୍ଡଳର ବିଜେପି ଉପସଭାପତି ଭାବେ ଏଠାରୁ ଦଳୀୟ ନେତୃତ୍ୱ ନେଉଥିଲେ। ତେବେ ଏନେଇ ତାଙ୍କ ପରିବାର ସଦସ୍ୟଙ୍କର କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
BJP leader stoned to deathଘଟଣାର ତଦନ୍ତ କରୁଛି ପୁଲିସ।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar Crime Bjd Leader Killers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe