Advertisment

ଆପତ୍ତିଜନକ ପୋଷ୍ଟ ପାଇଁ ବନ୍ଧା ହେଲେ ବିଜେପି ନେତ୍ରୀ

କର୍ଣ୍ଣାଟକାର ଉଡୁପିରେ ଥିବା ଗୋଟିଏ ଘରୋଇ ପ୍ରଫେସନାଲ ଟ୍ରେନିଂ କଲେଜରେ ୩ ଜଣ ଶିକ୍ଷାର୍ଥୀ ମହିଳା ଟଏଲେଟ ଭିତର ଦୃଶ୍ୟ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
BJP

BJP

Advertisment

ସୋଶାଲ ମିଡିଆରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନ ଶବ୍ଦ ବ୍ୟବହାର କରିବା ଜଣେ ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କର ଏପରି ସୋଶାଲ ମିଡିଆ ପୋଷ୍ଟ ପାଇଁ ତାଙ୍କୁ ପୁଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି।

Advertisment

ଅଭିଯୁକ୍ତ ବିଜେପି ନେତ୍ରୀ ଜଣଙ୍କ ହେଲେ ଶକୁନ୍ତଳା। ସେ କର୍ଣ୍ଣାଟକା କଂଗ୍ରେସର ଜଣେ ନେତେ ଟ୍ୱିଟକୁ ଶେୟାର କରିଥିଲେ। ଏଥିରେ ଉଡୁପି ଘଟଣାକୁ ବିଜେପି ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ସେ କହିଥିଲେ।

ଏହା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଶକୁନ୍ତଳା କହିଥିଲେ ଯେ ଯଦି ସିଦ୍ଦରମୈୟାଙ୍କ ବୋହୂ କିମ୍ବା ତାଙ୍କ ପତ୍ନୀଙ୍କ ସହ ଏପରି ହୋଇଥାଆନ୍ତା, ତା’ହେଲେ କ’ଣ କଂଗ୍ରେସ ନେତା ଜଣଙ୍କ ଏପରି କହିଥାଆନ୍ତେ ବୋଲି ସେ ପ୍ରଶ୍ନ କରିଥିଲେ। ଏପରି ଅପମାନଜନକ ପୋଷ୍ଟ ଟ୍ୱିଟର ଓ ଫେସବୁକରେ ଶେୟାର କରାଯାଇଥିଲା।

Advertisment

ଏହା ଭାଇରାଲ ହେବା ପରେ ବେଙ୍ଗାଲୁରୁରେ ଥିବା ହାଇ ଗ୍ରାଉଣ୍ଡ୍ସ ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ କରାଯାଇଥିଲା। ପୁଲିସ୍‌ ତୁରନ୍ତ ମାମଲା କରିବା ସହ ଶଙ୍କୁନ୍ତଳାଙ୍କୁ ଗିରଫ କରିଛି।

କର୍ଣ୍ଣାଟକାର ଉଡୁପିରେ ଥିବା ଗୋଟିଏ ଘରୋଇ ପ୍ରଫେସନାଲ ଟ୍ରେନିଂ କଲେଜରେ ୩ ଜଣ ଶିକ୍ଷାର୍ଥୀ ମହିଳା ଟଏଲେଟ ଭିତର ଦୃଶ୍ୟ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀ ଗତ ସପ୍ତାହରେ ଟଏଲେଟ ଭିତରେ ଗୁପ୍ତ ଭାବେ ରହିଥିବା ମୋବାଇଲ ଫୋନକୁ ଦେଖିବା ସହ ଏହାକୁ କଲେଜ ପ୍ରଶାସନକୁ ଜଣାଇଥିଲେ।

ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ମୋବାଇଲରେ କୌଣସି ପ୍ରକାରର ଆପତ୍ତିଜନକ ଦୃଶ୍ୟ ନାହିଁ। ସେହିପରି ମୋବାଇଲ ଠାବ କରିଥିବା ଛାତ୍ରୀ ଜଣଙ୍କ ମଧ୍ୟ ପୁଲିସରେ କେସ୍‌ କରିବାକୁ ମନା କରିଥିଲେ। କିନ୍ତୁ କଲେଜ ପ୍ରଶାସନ ପୁଲିସ୍‌ରେ ଅଭିଯୋଗ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ରବିବାର ଠାରୁ ନିଲମ୍ବିତ କରିଛନ୍ତି।

ଘଟଣାକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଥିବା ବେଳେ ବିଜେପି କ୍ଷମତାସୀନ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି।

Bjp Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe